ସୌନ୍ଦର୍ଯ୍ୟକରଣ ପାଇଁ ବୁଲଡୋଜର ଲଗା ନଯାଉ : ଅପରାଜିତା

ଭୁବନେଶ୍ୱର : ରାଜ୍ୟରେ ଐତିହ୍ୟ, ମଠ ଓ ମନ୍ଦିରର ସୌନ୍ଦର୍ଯ୍ୟକରଣ କରଯାଉ। କିନ୍ତୁ ବୁଲଡୋଜର ଲଗା ନଯାଉ ବୋଲି କହିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ।

‘ସମର୍ଥ’ ପକ୍ଷରୁ ଆୟୋଜିତ ଐତିହ୍ୟ ପଦଯାତ୍ରାରେ ଯୋଗଦେଇ ଅପରାଜିତା କହିଛନ୍ତି ସମର୍ଥ ହେଉଛି ଏକ ଅଣରାଜନୈତିକ ସଂସ୍ଥା। ଆମେ କୌଣସି ରାଜନୀତିକ ଉଦ୍ଦେଶ୍ୟ ନେଇ ଆସିନାହୁଁ। ସମସ୍ତେ ଆମର ଐତିହ୍ୟ, ସଂସ୍କୃତି ଓ ପରମ୍ପରାକୁ ନେଇ ଗର୍ବିତ ମନେ କରନ୍ତି। ଆମ ରାଜ୍ୟ ହେଉଛି ମଠ ଓ ମନ୍ଦିରର ରାଜ୍ୟ। ଐତିହ୍ୟ, ସଂସ୍କୃତି ଓ ପରମ୍ପରାକୁ ନଷ୍ଟ ନ କରି ବିକାଶ କରାଯିବାକୁ ସମସ୍ତେ ଚାହାନ୍ତି। ବିକାଶକୁ କେହି ବିରୋଧ କରୁନାହାନ୍ତି। ବିକାଶର କୌଣସି ଦଳ ନଥାଏ। ସାଂସଦ ଭାବେ ମୁଁ ସର୍ବଦା ବିକାଶ ପାଇଁ କାମ ଚଳାଇଛି। ମଠ ଓ ମନ୍ଦିରକୁ ନେଇ ସୌନ୍ଦର୍ଯ୍ୟକରଣ କରିବା ଦରକାର।

ଅପରାଜିତା କହିଲେ ମନ୍ଦିରମାଳିନୀ ସହର ଭୁବନେଶ୍ୱରରେ ଐତିହ୍ୟର ସୁରକ୍ଷା ପାଇଁ ସେ ପ୍ରତିଶ୍ରୁତିବଦ୍ଧ। ଏଠାରେ ମଠ, ମନ୍ଦିର ଓ ଐତିହ୍ୟ କିପରି ସୁରକ୍ଷିତ ରହିବ ସେନେଇ ଜନସଚେତନତା ସୃଷ୍ଟି କରିବା ଲାଗି ଏହି ଐତିହ୍ୟ ପଦଯାତ୍ରା କରାଯାଉଛି। ପ୍ରଥମ ଦିନରେ ଲିଙ୍ଗରାଜ ମନ୍ଦିରରୁ କେଦାର ଗୌରୀ ମନ୍ଦିର ଯାଏ ପଦଯାତ୍ରା ହୋଇଛି। ତେବେ ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ଏହି ହେରିଟେଜ୍ ଓ୍ୱାକ୍ ଚାଲିବ ବୋଲି ସେ କହିଛନ୍ତି।

Leave a Reply

Your email address will not be published. Required fields are marked *

Back to top button