ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଲେ ମହିନ୍ଦା ରାଜପକ୍ଷେ

କଲୋମ୍ବୋ : ଶ୍ରୀଲଙ୍କା ପୋଡୁଜନା ପେରମୁନା ପାର୍ଟି (ପିପିପି) ନେତା ମହିନ୍ଦା ରାଜପକ୍ଷେ ଆଜି ଦେଶର ପ୍ରଧାନମନ୍ତ୍ରୀ ଭାବେ ପଦ ଓ ଗୋପନୀୟତାର ଶପଥ ନେଇଛନ୍ତି। ରାଜଧାନୀ କଲମ୍ବୋ ସହର ବାହାରେ କେଲାନିୟା ବୁଦ୍ଧ ମନ୍ଦିରରେ ଏହି ଉତ୍ସବର ଆୟୋଜନ କରାଯାଇଥିଲା। ଦେଶର ରାଜନୈତିକ ସମୂଦାୟଙ୍କ ସମେତ ନିର୍ବାଚିତ ପାର୍ଟି ଓ ବିରୋଧୀ ଦଳର ନେତାମାନେ ଏଥିରେ ଯୋଗ ଦେଇଥିଲେ।

ସୂଚନାଯୋଜ୍ୟ ଶ୍ରୀଲଙ୍କାରେ ଅଗଷ୍ଟ ୫ ତାରିଖରେ ଅନୁଷ୍ଠିତ ସାଧାରଣ ନିର୍ବାଚନରେ ରାଜପକ୍ଷେଙ୍କ ପାର୍ଟି ସଂସଦର ୨୨୫ ଆସନ ମଧ୍ୟରୁ ୧୪୫ଟି ଆସନ ହାସଲ କରିଛି। ଚତୁର୍ଥଥର ପାଇଁ ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପକ୍ଷେଙ୍କ ନୂଆ ମନ୍ତ୍ରୀମଣ୍ଡଳ ଆସନ୍ତା ସପ୍ତାହରେ ସଂପ୍ରସାରଣ ହେବ ବୋଲି ଜଣାପଡିଛି।

ମତାମତ ଦିଅନ୍ତୁ ।