ଶ୍ରୀରାମ ସମିତି ପକ୍ଷରୁ ଗୋ-ମାତା, ସାଧୁସନ୍ଥ ପୂଜନ

ଭଦ୍ରକ : ଶ୍ରୀରାମ ସମିତି ପକ୍ଷରୁ ଗୋ ମାତା, ସାଧୁ ଓ ସନ୍ଥ ପୂଜନ କାର୍ଯ୍ୟକ୍ରମ ଆରଏନବେତରା ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଓ ଜିଲ୍ଲା ବାହାରୁ ଆସିଥିବା ଅନେକ ସାଧୁ ଓ ସନ୍ଥ ଯୋଗ ଦେଇଥିଲେ।

ଚଳିତ ବର୍ଷ କୋଭିଡ଼ କଟକଣା ମଧ୍ୟରେ ଆରମ୍ଭ ହୋଇଥିଲା ଏହି କାର୍ଯ୍ୟକ୍ରମ। ପ୍ରଥମେ ଶ୍ରୀରାମ ସମିତି ପକ୍ଷରୁ ସଂକ୍ରିତନ ସହ ସାଧୁ ଓ ସନ୍ଥମାନଙ୍କୁ ପୂଜାର୍ଚ୍ଚନା କରଯାଇଥିଲା। ଜୟ ଶ୍ରୀରାମ ନାରାରେ ପ୍ରକମ୍ପିତ ହୋଇଥିଲା ସମଗ୍ର ଅଞ୍ଚଳ। ସାଧୁ ଓ ସନ୍ଥମାନେ ଗୋ-ପୂଜନ କରିବା ପରେ ଏକ ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ଶ୍ରୀରାମ ସମିତିରେ କର୍ମକର୍ତ୍ତାମାନେ ଯୋଗ ଦେଇଥିଲେ।

Leave a Reply

Your email address will not be published. Required fields are marked *

Back to top button