ରାଜନଗର: ଚାଷୀ ଆତ୍ମହତ୍ୟା ଅଭିଯୋଗ

ପଟ୍ଟାମୁଣ୍ଡାଇ : ରାଜନଗର ନୂରୁଗାଁରେ ଚାଷୀ ଆତ୍ମହତ୍ୟା ଅଭିଯୋଗ ହୋଇଛି। ଏହି ଗାଁର ରାମଚନ୍ଦ୍ର ବାରିକ ପାଖାପାଖି ୪ ଏକର ଜମିରେ ଧାନ ଚାଷ କରିଥିଲେ। ବାତ୍ୟା ବୁଲ୍‌ବୁଲ୍ ପ୍ରଭାବରେ ଚାଷ କ୍ଷତିଗ୍ରସ୍ଥ ହୋଇଥିବାରୁ ରାମଚନ୍ଦ୍ର ଚିନ୍ତାରେ ଥିଲେ। ଗତକାଲି ରାତିରେ ସେ ବିଷ ପିଇଥିବା ସନ୍ଦେହ କରାଯାଉଛି। ରାମଚନ୍ଦ୍ରଙ୍କ ଝିଅ କହିଛନ୍ତି ବାପା ସଂଧ୍ୟାରେ ମା’ଙ୍କ  ସହ ଚାଷରେ କ୍ଷତି ହୋଇଥିବା ଆଲୋଚନା କରିଥିଲେ। କହିଥିଲେ ଫସଲ ସବୁ ନଷ୍ଟ ହୋଇଯାଇଛି। ତା’ ପରେ ଘର ଭିତରକୁ ଯାଇ ଶୋଇପଡିଲେ। ରାତି ପାଖାପାଖି ୧୧ଟା ବେଳକୁ ତାଙ୍କୁ ମା ଡାକିଥିଲେ ମଧ୍ୟ ଆଉ ଶୁଣିନଥିଲେ। ତାଙ୍କୁ ପ୍ରଥମେ ରାଜନଗର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଓ ପରେ କଟକ ଏସିବିକୁ ସ୍ଥାନାନ୍ତରିତ କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ।

ରାମଚନ୍ଦ୍ରଙ୍କ ସମବାୟ ସମିତି, ସ୍ୱୟଂ ସହାୟକ ଗୋଷ୍ଠି ଓ ହାତଉଦ୍ଧାର ଋଣ କରିଛନ୍ତି। ୠଣ ଭାର ସହ ଫସଲ ନଷ୍ଟ ହେବା ପାଇଁ ରାମଚନ୍ଦ୍ର ଏଭଳି ନିଷ୍ପତ୍ତି ନେଇଛନ୍ତି ବୋଲି ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି।

ମତାମତ ଦିଅନ୍ତୁ ।