April 7, 2020

ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟରେ ଫାଇଭ-ଟି ସଚିବ

ଭୁବନେଶ୍ଵର : ଫାଇଭ-ଟି ସଚିବ ଭି.କେ ପାଣ୍ଡିଆନ ଆଜି ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟରେ ଅଚାନକ ପହଞ୍ଚି ଭିତ୍ତିଭୂମି ଯାଞ୍ଚ କରିଛନ୍ତି। ଏହି ଅବସରରେ ସେ କୃଷି ମହାବିଦ୍ୟାଳୟ ସମେତ ବେସିକ ସାଇନ୍ସ କଲେଜ ଓ ବନ ମହାବିଦ୍ୟାଳୟ ବୁଲି ଦେଖିଥିଲେ। ଫାଇଭ-ଟି ସଚିବ ଛାତ୍ରଛାତ୍ରୀମାନଙ୍କ ପାଇଁ ଅଧିକ ଛାତ୍ରାବାସ ନିର୍ମାଣ ଓ ସ୍ପୋର୍ଟ୍ସ କମ୍ପ୍ଲେକ୍ସ ପ୍ରତିଷ୍ଠା ଉପରେ ଗୁରୁତ୍ୱ ଦେଇଥିଲେ। ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ପରିସରରେ ସ୍ୱଚ୍ଛତା ବଜାୟ ରଖିବାକୁ ଦେଇଥିଲେ ପରାମର୍ଶ। ଭି.କେ. ପାଣ୍ଡିଆନଙ୍କ ଗସ୍ତ ସମୟରେ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର୍ ପବନ କୁମାର ଅଗ୍ରୱାଲ ଓ ବେସିକ୍ ସାଇନ୍ସ କଲେଜ ନିର୍ଦ୍ଦେଶକ ବିକାଶ ଚନ୍ଦ୍ର ପଣ୍ଡାଙ୍କ ସମେତ ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *