April 6, 2020

ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ା, ସଂପୂର୍ଣ୍ଣ ପ୍ରସ୍ତୁତ ରହିଛି କିଟ୍‍

ଭୁବନେଶ୍ଵର : ଖେଲୋ ଇଣ୍ଡିଆ ହେଉଛି ଭାରତ ସରକାରଙ୍କ କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରଣାଳୟର ସର୍ବବହୃତ କ୍ରୀଡ଼ା ମହୋତ୍ସବ। ଏହା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଏକ ଡ୍ରିମ୍‍ ପ୍ରୋଜେକ୍ଟ। ପ୍ରଥମକରି କଟି ବିଶ୍ୱବିଦ୍ୟାଳୟରେ ଏହା ଅନଷ୍ଠୁତ ହେଉଥିବାରୁ ଓଡିଶା ପାଇଁ ଏହା ଖୁସି ଓ ଗୌରବର ବିଷୟ। ମୁଖ୍ୟମନ୍ତ୍ରୀ ଓଡିଶାରେ ସର୍ବଦା କ୍ରୀଡ଼ାକୁ ପ୍ରୋତ୍ସାହନ ଦେଇଆସୁଥିବା ବେଳେ ଖେଲୋ ଇଣ୍ଡିଆ ବିଶ୍ଵ ବିଦ୍ୟାଳୟ କ୍ରୀଡ଼ାକୁ ମଧ୍ୟ ଆଗ୍ରହର ସହ ସହଯୋଗର ହାତ ବଢ଼ାଇଛନ୍ତି। ଏହି ମେଗା ପ୍ରତିଯୋଗିତା ଆୟୋଜନ କରି ଭାରତର କ୍ରୀଡ଼ା ଇତିହାସରେ ଓଡ଼ିଶା ଆଉ ଏକ ନୂତନ ଫର୍ଦ୍ଦ ଯୋଡ଼ିବାକୁ ଯାଉଛି ଆଜି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି କଟି ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ। କିଟ୍‍କୁ ଏହି ଆୟୋଜକ ବିଶ୍ୱବିଦ୍ୟାଳୟ ଭାବେ ଦାୟିତ୍ୱ ଦିଆଯାଇଥିବାରୁ ଶ୍ରୀ ସାମନ୍ତ ପ୍ରଧାନମନ୍ତୀ ନରେନ୍ଦ୍ର ମୋଦି, ଭାରତ ସରକାରଙ୍କ କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ କରିଣ ରିଜିଜୁ ଓ ମୁଖ୍ୟମବୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ଏହି ପ୍ରତିଯୋଗିତାରେ ୨ଶହରୁ ଊର୍ଦ୍ଧ୍ୱ ବିଶ୍ଵବିଦ୍ୟାଳୟରୁ ୪ହଜାରରୁ ଊର୍ଦ୍ଧ୍ୱ ଖେଳାଳି ଓ ହଜାରେରୁ ଊର୍ଦ୍ଧ୍ୱ ଅଫିସିଆଲ୍‍ ଯୋଗଦେଉଛନ୍ତି। ସେମାନଙ୍କ ରହିବା ପାଇଁ କିଟ ପକ୍ଷରୁ ସମସ୍ତ ପ୍ରକାର ବନ୍ଦୋବସ୍ତ କରାଯାଇଛି। ୨୧ ତାରିଖଠାରୁ
ମାର୍ଚ୍ଚ ୧ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା କ୍ରୀଡ଼ା ମହାକୁମ୍ଭରେ ୧୭ଟି ବିଭାଗରେ ପ୍ରତିଯୋଗିତା ଅନୁଷ୍ଠତି ହେବ। ଏହି ପ୍ରତିଯୋଗିତାରେ କିଟ ବିଶ୍ଵ ବିଦ୍ୟାଳୟର ୧୦୦ କ୍ରୀଡ଼ାବିତ୍‍ ବିଭିନ୍ନ ବିଭାଗରେ ଅଂଶଗ୍ରହଣ କରୁଛନ୍ତି ବୋଲି ଶ୍ରୀ ସାମନ୍ତ ସୂଚନା ସେଇଛନ୍ତି।

ଏହି ସାମ୍ବାଦିକ ସମ୍ମିଳନୀରେ ଓଡିଶା ସରକାରଙ୍କ କ୍ରୀଡ଼ା ଓ ଯୁବସେବା ବିଭାଗ ପକ୍ଷରୁ ପ୍ରଶାସକ ସୋମେଶ ଉପାଧ୍ୟାୟ, ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡା଼ ସଂଯୋଜକ ଭାବେ ଭାରତୀୟ ବିଶ୍ଵ ବିଦ୍ୟାଳୟ ସଂଘର ପରମିନ୍ଦର ସିଂହ ଆଲୁୱାଲିଆ, କିଟ୍‍ ବିଶ୍ୱବିଦ୍ୟାଳୟର ଉପକଳୁ ପତି ତଥା କେଆଇୟୁଜିର ଯୁଗ୍ମ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରଫେସର ସସ୍ମିତାରାଣୀ ସାମନ୍ତ, କିଟ୍‍ କ୍ରୀଡ଼ା ନିର୍ଦ୍ଦେଶକ ଡ. ଗଗନେନ୍ଦୁ ଦାଶ, ଅଲିମ୍ପିଆନ୍‍ ଦୂତୀ ଚାନ୍ଦ ଓ ଭାରତୀୟ ବ୍ୟାଡ଼୍‍ମିଣ୍ଟନ୍‍ ଖେଳାଳି ଋତୁପର୍ଣ୍ଣା ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *