କଳିଙ୍ଗ ରେଜିମେଣ୍ଟ ଗଠନ ପାଇଁ ଦାବିକଲେ କନ୍ଧମାଳ ସାଂସଦ

ଭୁବନେଶ୍ୱର : ଭାରତୀୟ ସେନାବାହିନୀରେ ‘କଳିଙ୍ଗ ରେଜିମେଣ୍ଟ’ ନାମରେ ଏକ ରେଜିମେଣ୍ଟ ଗଠନ କରିବାକୁ କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ନକିଟରେ ଦାବି କରିଛନ୍ତି। ଗୁରୁବାର ସେ ଏନେଇ ପ୍ରତିରକ୍ଷା ମନ୍ତ୍ରୀଙ୍କୁ ଭେଟି ସ୍ମାରକପତ୍ର ଦେଇଛନ୍ତି। ଶ୍ରୀ ସାମନ୍ତ କହିଛନ୍ତି ଓଡିଶ଼। ପକ୍ଷରୁ ଦୀର୍ଘଦିନରୁ ଏହି ଦାବି ହୋଇଆସୁଛି। ଭାରତୀୟ ସେନାବାହିନୀରେ ଯେପରି ପଞ୍ଜାବ, ଆସାମ, ଜାଠ, ଅରୁଣାଚଳ ସ୍କାଉଟ୍‍, ଜାମ୍ମୁ କଶ୍ମୀର ଲାଇଟ୍‍ ଇନ୍‍ଫାଣ୍ଟ୍ରି ଘରୱାଲ୍‍ ରାଇଫଲ୍‍ସ, ମାଡ଼୍ରାସ୍‍, ସିକିମ୍‍, ମରାଠା, ରାଜପୁତ ଆଦି ଲାଇଟ୍‍ ଇନ୍‍ଫାଣ୍ଟ୍ରି ରହଛି ସେହିପରି ଓଡିଶ଼।ର ଅନ୍ୟନାମ କଳିଙ୍ଗ ନାମାନସୁ।ରେ ରେଜିମେଣ୍ଟ ଗଠନ କରାଯାଉ। ଏଥିସହ କନ୍ଧମାଳରେ ଏକ ସୈନିକ ସ୍କୁଲ୍‍ ସ୍ଥାପନା କରିବାକୁ ଶ୍ରୀ ସାମନ୍ତ ଆଜି ପ୍ରତରିକ୍ଷା ମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ। ରାଜ୍ୟ ସରକାରଙ୍କଠାରୁ ଏ ନେଇ ଆନୁଷ୍ଠାନିକ ପ୍ରସ୍ତାବ ଆସିଲେ ପ୍ରତିରକ୍ଷା ମନ୍ତ୍ରାଳୟ ବିଚାର କରିବ ବୋଲି ଶ୍ରୀ ସିଂହ ପ୍ରତିଶ୍ରୁତି ଦେଇଛନ୍ତି।

ମତାମତ ଦିଅନ୍ତୁ ।