ପୂର୍ବତନ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଲେ ୪ ବର୍ଷ ହେଲା ବିଦେଶ ଯାଇନି

ଭୁବନେଶ୍ୱର: ୟେସ ବ୍ୟାଙ୍କରେ ଶ୍ରୀଜଗନ୍ନାଥଙ୍କ ୫୪୫ କୋଟି ଟଙ୍କା ଜମା ପ୍ରସଙ୍ଗ ଆଜି ବିଧାନସଭାରେ ଉଠିଥିଲା। ବିରୋଧିଦଳ ମୁଖ୍ୟ ସଚେତକ ମୋହନ ମାଝିଙ୍କ ଅଭିଯୋଗ କରିଥିଲେ ପୂର୍ବତନ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଓ ପରିଚାଳନା କମିଟି ସଦସ୍ୟ ୟେସ୍‌ ବ୍ୟାଙ୍କ କମିସନି ଟଙ୍କାରେ ବିଦେଶ ଗସ୍ତ କରିଥିଲେ। ଏହାର ସ୍ପଷ୍ଟୀକରଣ ଦେଇ ତତ୍କାଳୀନ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ ମହାପାତ୍ର କହିଛନ୍ତି ମୁଁ ୪ ବର୍ଷ ହେଲା ୟୁରୋପ ଯାଇନି।

ସେହିଭଳି ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ବିଜୟ ସାହୁ କହିଛନ୍ତି ୨୦୧୯ରେ ୟୁରୋପ ଯାଇ ନଥିଲେ। ବିରୋଧୀଙ୍କ ଦ୍ୱାରା ଅଣାଯାଇଥିବା ଅଭିଯୋଗ ଭିତ୍ତିହୀନ ଓ କପୋଳକଳ୍ପିତ। ଜଗନ୍ନାଥଙ୍କ ଉପରେ ମୋର ଭରସା ରହିଛି ବୋଲି ଶ୍ରୀ ସାହୁ କହିଛନ୍ତି।

ମତାମତ ଦିଅନ୍ତୁ ।