କରୋନା ପାଇଁ ବଳଦେବ ଜୀଉଙ୍କ ମନ୍ଦିରରେ କଟକଣା, ୩୧ ଯାଏଁ ବନ୍ଦ ରହିବ ଭିତରକନିକା

ଭୁବନେଶ୍ଵର : ଓଡିଶାରେ କରୋନା ପାଇଁ ଧାର୍ମିକ ଓ ପର୍ଯ୍ୟଟନସ୍ଥଳୀ ଗୁଡିକରେ କଟକଣା ଲାଗୁହୋଇଛି। ସେହି କ୍ରମରେ କେନ୍ଦ୍ରାପଡାର ଆରାଧ୍ୟ ଶ୍ରୀ ବଳଦେବ ଜୀଉଙ୍କ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଉପରେ କିଛି କଟକମା ଜାରି କରାଯାଇଛି। ଏହାଛଡା ଭିତରକନିକା ଜାତୀୟ ଉଦ୍ୟାନ ବନ୍ଦ ପାଇଁ ନିଷ୍ପତ୍ତି ହୋଇଛି। କରୋନା ସତର୍କତା ପାଇଁ ମାର୍ଚ୍ଚ ୧୭ରୁ ୩୧ ଯାଏଁ ଏହା ବନ୍ଦ ରହିବ ବୋଲି ରାଜନଗର ଡିଏଫଓ ସୂଚନା ଦେଇଛନ୍ତି।

ସୋମବାର ଶ୍ରୀ ବଳଦେବ ଜୀଉଙ୍କ ମନ୍ଦିର ଟ୍ରଷ୍ଟ ବୋର୍ଡ ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ନିଷ୍ପତ୍ତି ହୋଇଛି ଠାକୁରଙ୍କ ଦର୍ଶନ ପାଇଁ ଆସୁଥିବା ଭକ୍ତମାନେ ଜଗମୋହନ ପର୍ଯ୍ୟନ୍ତ ଯାଇ ପାରିବେ। ମଝି ଦେଉଳ ଓ ଗର୍ଭଗୃହକୁ କୌଣସି ଶ୍ରଦ୍ଧାଳୁ ଯାଇ ପାରିବେନି। ଅରୁଣ ସ୍ତମ୍ବ ଓ ଗରୁଡ଼ ସ୍ତମ୍ବ ସ୍ପର୍ଶ କରି ପାରିବେନି। ମନ୍ଦିର ପ୍ରବେଶ ପୂର୍ବରୁ ଶ୍ରଦ୍ଧାଳୁମାନଙ୍କୁ ମନ୍ଦିର ପ୍ରଶାସନ ପକ୍ଷରୁ ହ୍ୟାଣ୍ଡ ୱାସ୍ ଯୋଗାଇ ଦିଆଯିବ। ସେବାୟତମାନେ ମାସ୍କ କିମ୍ବା ନିଜର ଗାମୁଛା ମୁହଁରେ ବାନ୍ଧିବେ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି। ସେହିପରି ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ମନ୍ଦିରରେ କୌଣସି ବିବାହ କିମ୍ବା ବ୍ରତଘର ଅନୁଷ୍ଠିତ ହେବ ନାହିଁ। ସାମ୍ପ୍ରତିକ ପରିସ୍ଥିତିକୁ ଦୃଷ୍ଟିରେ ରଖି ଶ୍ରଦ୍ଧାଳୁମାନେ ଅଧିକ ସଂଖ୍ୟକ ନ ଆସିବା ପାଇଁ ଉପଜିଲାପାଳ ଜ୍ୟୋତି ଶଙ୍କର ମହାପାତ୍ର ନିବେଦନ କରିଛନ୍ତି।

ମତାମତ ଦିଅନ୍ତୁ ।