କରୋନା ମୁକାବିଲା: ୩ମାସର ଦରମା ଦେବାକୁ ବିଜେଡି ବିଧାୟକ ଓ ସାଂସଦଙ୍କୁ ଅନୁରୋଧ କଲେ ସଞ୍ଜୟ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ନିଜର ୩ମାସର ଦରମାକୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠି (କୋଭିଡ-୧୯ ଫଣ୍ଡ)କୁ ଦାନ କରିବା ସହିତ ଅନୁରୂପ ସହଯୋଗ ଅନ୍ୟମାନେ କରନ୍ତୁ ଅନୁରୋଧ କରିଥିଲେ। ବିଜେଡି ପକ୍ଷରୁ ସକରାତ୍ମକ ପ୍ରତିକ୍ରିୟା ପ୍ରକାଶ ପାଇଛି। ମାର୍ଚ୍ଚ ୨୯ତାରିଖ ସୁଦ୍ଧା ବିଜେଡିର ସମସ୍ତ ବିଧାୟକ ଓ ସାଂସଦମାନେ ୩ମାସର ଦରମା ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଦାନ କରିବାକୁ ଦଳର ବରିଷ୍ଠ ନେତା ତଥା ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମା ଅନୁରୋଧ କରିଛନ୍ତି।

ଶ୍ରୀ ଦାସବର୍ମା ଏକ ଭିଡିଓ ବାର୍ତ୍ତା ମାଧ୍ୟମରେ ସୂଚନା ଦେଇ କହିଛନ୍ତି ଏଭଳି ସମୟରେ ଆମ ସମସ୍ତଙ୍କୁ ସମ୍ବେଦନଶୀଳ ହେବାର ଆବଶ୍ୟକତା ରହିଛି। କୋଭିଡ-୧୯ ସମଗ୍ର ବିଶ୍ୱପାଇଁ ଗୋଟିଏ ବଡ଼ ଆହ୍ୱାନ ସୃଷ୍ଟି କରିଛି। ମାନବିକ କାର୍ଯ୍ୟ ଜାରି ରଖିବା ପାଇଁ ବିପୁଳ ଅର୍ଥର ଆବଶ୍ୟକତା ରହିଛି। ଏହାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜର ତିନମାସର ଦରମାକୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠି (କୋଭିଡ-୧୯ ଫଣ୍ଡ)କୁ ଦାନ କରି ଉଦାହରଣ ସୃଷ୍ଟି କରିଛନ୍ତି। ତେଣୁ ପ୍ରଭାବିତ ଲୋକଙ୍କୁ ସହାୟତା ପାଇଁ କୋଭିଡ-୧୯ ଫଣ୍ଡକୁ ଦଳର ବିଧାୟକ ଓ ସାଂସଦମାନେ ନିଜର ୩ମାସର ଦରମା ଦାନ କରନ୍ତୁ ବୋଲି ସେ ଅନୁରୋଧ କରିଛନ୍ତି।

ମତାମତ ଦିଅନ୍ତୁ ।