April 3, 2020

ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀ ପାଇଁ ୪ ମାସର ଆଗୁଆ ଦରମା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ଵର : କରୋନା ମୁକାବିଲା ନେଇ ରାଜ୍ୟର ବିଭିନ୍ନ ସରକାରୀ ଡାକ୍ତରଖାନାରେ ନିୟୋଜିତ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କୁ ମିଳିବ୪ ମାସର ଆଗୁଆ ଦରମା। ଆଜି ଏହି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ତେଣୁ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କୁ ଏପ୍ରିଲ, ମେ, ଜୁନ୍ ଓ ଜୁଲାଇ ମାସର ଦରମା ଏପ୍ରିଲ ମାସରେ ମିଳିବ। ମୁଖ୍ୟମନ୍ତ୍ରୀଙ୍କ ଏହି ଘୋଷଣାକୁ ରାଜ୍ୟର ଡାକ୍ତର ଓ ଅନ୍ୟ ସ୍ଵାସ୍ଥ୍ୟକର୍ମୀ ସ୍ଵାଗତ କରିଥିବା ବେଳେ ପ୍ରତିକୂଳ ପରିସ୍ଥିତିରେ ରୋଗୀଙ୍କୁ ସେବା ଯୋଗାଉଥିବା ହେତୁ ସମସ୍ତଙ୍କୁ ମୁଖ୍ୟମନ୍ତ୍ରୀ ପ୍ରଶଂସା କରିଛନ୍ତି। ସେ କହିଛନ୍ତି ଯେଉଁମାନେ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କ କାର୍ଯ୍ୟରେ ଅଯଥାରେ ଦଖଲ ଦେବେ ଓ ସେମାନଙ୍କୁ ଦୁର୍ବବ୍ୟବହାର କରିବେ, ସେମାନଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଆଜି ଏକ ଭିଡିଓ ବାର୍ତ୍ତା ଜାରିକରି ଏହି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ।

Leave a Reply

Your email address will not be published. Required fields are marked *