April 3, 2020

ରାଜପଥରେ ଖୋଲିବ ଢାବା ଓ ଗ୍ୟାରେଜ୍

ଭୁବନେଶ୍ୱର : କରୋନା ସଂକ୍ରମଣ ରୋକିବା ପାଇଁ ସାରା ଦେଶକୁ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ଏଭଳି ସମୟରେ ଲୋକଙ୍କ ପାଖରେ ଅତ୍ୟାବଶ୍ୟକ ସାମଗ୍ରୀ ପହଞ୍ଚାଇବାର ଆବଶ୍ୟକତା ରହିଛି। ସେଥିପାଇଁ ଯେପରି ସମସ୍ୟା ନ ହେବ ତାହାକୁ ଦୃଷ୍ଟିରେ ରଖି ଜାତୀୟ ରାଜପଥ ଓ ରାଜ୍ୟ ରାଜପଥ ପାର୍ଶ୍ଵରେ ଥିବା ଢାବାଗୁଡିକ ଖୋଲିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ତେବେ ପ୍ରତି ୨୦ କିଲୋମିଟର ଭିତରେ ଗୋଟିଏ ଢାବା ସହ ଗାଡ଼ି ମରାମତି ଓ ଯନ୍ତ୍ରାଂଶ ଦୋକାନ ଖୋଲା ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସମସ୍ତ ଜିଲ୍ଲାପାଳ ଓ ଏସ୍‌ପିଙ୍କୁ ଏନେଇ ଅବଗତ କରାଯାଇଛି। ତେବେ ପ୍ରତି ୨୦ କିଲୋମିଟର ଭିତରେ କେଉଁ ଢାବା ଖୋଲିବ ତାହା ଆରଟିଓ ଓ ସିଏସଓଙ୍କ ମାଧ୍ୟମରେ ଚୟନ କରିବାକୁ ଜିଲ୍ଲାପାଳଙ୍କୁ କୁହାଯାଇଛି। ମାଲ୍‌ ପରିବହନ ଗାଡି ଅଟକିବନି ବୋଲି ନିଶ୍ଚିତ କରିବାକୁ ଏସ୍‌ପିଙ୍କୁ କୁହାଯାଇଥିବା ବେଳେ ଜାତୀୟ ରାଜପଥ ପାର୍ଶ୍ଵରେ ଢାବା ଖୋଲିବ ସେଠାରେ ଯେପରି ଭିଡ଼ ନ ହୁଏ ନଜର ରଖିବାକୁ ଏସ୍‌ପିଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

Leave a Reply

Your email address will not be published. Required fields are marked *