ଟ୍ରେନ୍‌ରୁ ଡେଇଁଥିବା ୭ ଜଣ ଧରାପଡିଲେ, ଆଉ କିଛି ଖସିଗଲେ

ଭୁବନେଶ୍ଵର : ଗୁଜୁରାଟରୁ ଆସୁଥିବା ଶ୍ରମିକ ସ୍ପେସିଆଲ ଟ୍ରେନ୍‌ରୁ ରବିବାର ସନ୍ଧ୍ୟାରେ ଅନୁଗୁଳ ସହର ଉପକଣ୍ଠ ମଝିକା ନିକଟରେ ୨୦ରୁ ଅଧିକ ଲୋକ ଡେଇଁ ପଡ଼ିଥିଲେ। ସେମାନଙ୍କ ମଧ୍ୟରୁ ୭ ଜଣଙ୍କୁ ସ୍ଥାନୀୟ ଗ୍ରାମବାସୀ ‌ଅଟକାଇଥିବା ଜଣାପଡ଼ିଛି। ଖବର ଅନୁଯାୟୀ ସାବରମତିରୁ ‌ଖୋର୍ଦ୍ଧା ଅଭିମୁଖେ ଯାଉଥିବା ଶ୍ରମିକ ସ୍ପେସିଆଲ ଟ୍ରେନ୍ ମଝିକା ବ୍ରିଜ୍ ନିକଟରେ କୌଣସି କାରଣରୁ ପାଖାପାଖି ୧୦ ମିନିଟ ଅଟକିଯାଇଥିଲା। ଏହି ସମୟରେ କିଛି ଲୋକ ବଗିରୁ ଡେଇଁ ଦୌଡ଼ିଥିଲେ। ଏହା ଦେଖି ଗାଁ ଲୋକେ ସେମାନଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲେ। ତେବେ ୭ ଜଣଙ୍କୁ ବ୍ରିଜ୍ ତଳେ ଅଟକାଇ ରଖିବାକୁ ଲୋକେ ସକ୍ଷମ ହୋଇଥିବ ବେଳେ ଅନ୍ଧାରର ସୁଯୋଗ ନେଇ କେତେଜଣ ପଳାଇ ଯାଇଥିବା ଜଣାପଡିଛି।

ମତାମତ ଦିଅନ୍ତୁ ।