ଯୁବ ବିଜେଡି ପକ୍ଷରୁ କରୋନା ଯୋଦ୍ଧାଙ୍କୁ ସମ୍ବର୍ଦ୍ଧନା

ଭୁବନେଶ୍ଵର : କରୋନା ଯୁଦ୍ଧରେ ସାମିଲ ହୋଇଛି କଟକ-ଭୁବନେଶ୍ଵର କମିଶନରେଟ ପୋଲିସ। ନିଜ ପରିବାର କଥା ବୁଝିବାକୁ ସମୟ ନାହିଁ। କିନ୍ତୁ ଜନସାଧାରଣଙ୍କ ସୁରକ୍ଷା ନିମନ୍ତେ ସେମାନେ ଦିନ ରାତିକୁ ଏକ ଦେଇଛନ୍ତି। ଏହି ଗୁରୁ ଦାୟିତ୍ଵ ତୁଲାଉଥିବା ପୋଲିସମାନଙ୍କୁ ଉତ୍ସାହିତ କରିବା ପାଇଁ ରାଜ୍ୟ ବିଜୁ ଯୁବ ଜନତା ଦଳ ପକ୍ଷରୁ ପ୍ରୟାସ କରାଯାଇଛି। ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ ଓ ଯୁବ ବିଜେଡି ସଭାପତି ଅମରେଶ ପତ୍ରୀଙ୍କ ପ୍ରୋତ୍ସାହନରେ ରାଜ୍ୟ ବିଜୁ ଯୁବ ଜନତା ଦଳର ରାଜ୍ୟ ସାଂଗଠାନିକ ସମ୍ପାଦକ ତଥା ଏଓଟିଏସଓର ଆବାହକ ଇଂରଶ୍ମିରଂଜନ ଦାସ କମିଶନରେଟ ପୋଲିସ ଅଧିକାରୀ ଓ କର୍ମଚାରୀମାନଙ୍କୁ ସମ୍ମାନିତ କରିଛନ୍ତି। ଜୋନ୍ ୪ରେ ଥିବା ୪ଟି ଥାନା ତଥା ଲକ୍ଷ୍ମିସାଗର୍ ଥାନା, ବଡଗଡ଼ ଥାନା, ବାଲିପାଟଣା ଥାନା ଓ ବାଲିଅନ୍ତା ଥାନାର ସମସ୍ତ ଥାନା ଅଧିକାରୀ ତଥା କାର୍ଯ୍ୟରତ ଅନ୍ୟ ପୋଲିସ କର୍ମଚାରୀଙ୍କୁ କରୋନା ଯୁଦ୍ଧରେ ଯୋଦ୍ଧା ହୋଇଥିବାରୁ ସମ୍ବର୍ଦ୍ଧିତ କରିଛନ୍ତି।

ସେହିପରି ଜୋନ୍ ୪ର ଏସିପିଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଛି। ରଶ୍ମରଞ୍ଜନ ଦାସଙ୍କ ସହିତ ଅନ୍ୟ ଯୁବ ନେତା ଆଲୋକ କୁମାର ଭଟ୍ଟ, ଚେତନ ମହାପାତ୍ର ଓ ସମାଜସେବୀ ମହିକ୍ଷିତା ମିଶ୍ର ମଧ୍ୟ ଉପସ୍ଥିତ ରହି ଏହି କାର୍ଯ୍ୟରେ ସହଯୋଗ କରିଥିଲେ। ଆଗାମୀ ଦିନରେ କମିଶନରେଟ୍ ପୋଲିସର ଅଧିକାରୀମାନଙ୍କୁ କରୋନା ଯୁଦ୍ଧରେ ଯୋଦ୍ଧା ଭାବେ ସମ୍ମାନିତ କରାଯିବ ବୋଲି ରଶ୍ମୀ ରଞ୍ଜନ କହିଛନ୍ତି।

ମତାମତ ଦିଅନ୍ତୁ ।