ରାଜ୍ୟରେ ଚିହ୍ନଟ ହେଲେ ୮୦ କରୋନା ପଜିଟିଭ

ଭୁବନେଶ୍ଵର : ରାଜ୍ୟରେ ଆଜି ୮୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏମାନଙ୍କୁ ମିଶାଇ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୨୬୯ରେ ପହଞ୍ଚିଛି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ସେଥିମଧ୍ୟରୁ ୭୧ ଜଣ କ୍ଵାରେଣ୍ଟାଇନରେ ଥିଲେ। ହୋମ କ୍ଵାରେଣ୍ଟାଇନରେ ୨ ଓ ୭ ଜଣ ସ୍ଥାନୀୟ ବାସିନ୍ଦା। ସେହିପରି ଆଜି ଗଜପତି ଓ ନବରଂଗପୁର ଜିଲ୍ଲାକୁ ଛୁଇଁଛି କରୋନା। ଫଳରେ କରୋନା ଜିଲ୍ଲା ସଂଖ୍ୟା ୨୬ରେ ପହଞ୍ଚିଛି। ବିଭାଗର ସୂଚନା ଅନୁଯାୟୀ ଗଞ୍ଜାମ ଜିଲ୍ଲାରେ ୧୯, ଯାଜପୁର ୧୪, ବାଲେଶ୍ଵର ୩, ପୁରୀ ୧୭, କଟକ ୧, ସୁନ୍ଦରଗଡ ୫, ନୟାଗଡ ୫, ବଲାଙ୍ଗୀରି ୧, ଗଜପତି ୪ ଓ ନବରଂଗପୁର ଜଣେ, ମନ୍ଧମାଳ୨, ମାଲକାନଗିରି ୫ ଓ ଝାରସୁଗୁଡା ଜିଲ୍ଲାରୁ ୩ ଜଣ କରୋନା ଚିହ୍ନଟ ହୋଇଛନ୍ତି।

ମତାମତ ଦିଅନ୍ତୁ ।