ବଢ଼ିବ ତାତି

ଭୁବନେଶ୍ୱର: ରାଜ୍ୟରେ ତାତି ବଢ଼ିବ । ପାରଦ ଉପର ମୁହାଁ ହେବ । ଅଧିକାଂଶ ସ୍ଥାନରେ ୪୦ ଡିଗ୍ରୀ ଉପରେ ରହିବ ତାପମାତ୍ରା । ଏଭଳି ପୂର୍ବାନୁମାନ ଆଚଂଳିକ ପାଣିପାଗ ବିଭାଗ କେନ୍ଦ୍ର ।

ବିଭାଗର ନିର୍ଦ୍ଦେଶକ ଏଚ୍‌.ଆର୍‌. ବିଶ୍ୱାସ କହିଛନ୍ତି, ଆସନ୍ତା ୩ ଦିନ ପର୍ଯ୍ୟନ୍ତ ରାଜ୍ୟରେ ପାଗ ଶୁଖିଲା ରହିବ । ଏହି ସମୟରେ ଅସହ୍ୟ ଗୁଳିଗୁଳି ହେବ । ଲୋକମାନେ ଅସ୍ତବ୍ୟସ୍ତ ହୋଇଯିବେ । ବଲାଙ୍ଗୀର, ଟିଟିଲାଗଡ଼, ସୋନପୁର, ଝାସୁଗୁଡ଼ା, ଅନୁଗୁଳ, ବରଗଡ଼, କଳାହାଣ୍ଡି ଓ ସୁନ୍ଦରଗଡ଼ରେ ତାପମାତ୍ରା ୪୦ ଡିଗ୍ରୀ ଅତିକ୍ରମ କରିବ । ଦିନରେ ଝାଞ୍ଜି ପବନ ବହିବ ।

ବାତ୍ୟା ଅମ୍ପନ ପରେ ରାଜ୍ୟରେ ହଠାତ୍ ବଢ଼ିଛି ତାତି। ଗତକାଲି ୪୧ ଡିଗ୍ରୀ ଉପରେ ଥିଲା ରାଜ୍ୟର ୧୨ଟି ସହର। ସବୁଠୁ ଉତ୍ତପ୍ତ ସହର ପାଲଟିଥିଲା ଟିଟିଲାଗଡ଼।ପାରଦ ୪୫ ଡିଗ୍ରୀ ଟପିଥିଲା। ସେହିପରି ଭବାନୀପାଟଣାରେ ୪୪.୫, ବଲାଙ୍ଗିରରେ ୪୪, ତାଳଚେରରେ ୪୩.୧, ମାଲକାନଗିରିରେ ୪୩, ବୌଦ୍ଧରେ ୪୨.୭, ହୀରାକୁଦରେ ୪୨.୩, ସମ୍ବଲପୁର ଓ ଝାରସୁଗୁଡ଼ାରେ ୪୨.୨, ସୋନପୁରରେ ୪୧.୮ ଏବଂ ପାରଳାଖେମୁଣ୍ଡି ଓ ଫୁଲବାଣୀରେ ତାପମାତ୍ରା ଥିଲା ୪୧ ଡିଗ୍ରୀ ସେଲସିୟସ୍।

ମତାମତ ଦିଅନ୍ତୁ ।