ବାତ୍ୟାରେ ପ୍ରଭାବିତ ହୋଇଛି ୯୮୩୩ ଗାଁ

ଭୁବନେଶ୍ୱର : ସାମୁଦ୍ରକ ବାତ୍ୟା ଅମ୍ଫନ ଯୋଗୁଁ ରାଜ୍ୟର ଉପକୂଳବର୍ତ୍ତୀ ୧୦ଟି ଜିଲ୍ଲା ୯୨ଟି ବ୍ଲକର ୯୮୩୩ଟି ଗାଁ ପ୍ରଭାବିତ ହୋଇଛି। ମୋଟ ୧ ଲକ୍ଷ ହେକ୍ଟର ଚାଷ କ୍ଷତି ହୋଇଥିବା ପ୍ରାଥମିକ ରିପୋର୍ଟରୁ ଜଣାଯାଇଛି ।

ରାଜ୍ୟ ସରକାରଙ୍କ ରିପୋର୍ଟ ଅନୁଯାୟୀ ବାତ୍ୟା ଅମ୍ଫନ ଦ୍ଵାରା ଓଡିଶାର ୯୨ଟି ବ୍ଲକର ୯୮୩୩ଟି ଗାଁ’ ସମେତ ୨୨ଟି ପୌରାଞ୍ଚଳର ୨୭୨ଟି ୱାର୍ଡ ପ୍ରଭାବିତ ହୋଇଛି। ୪୪ ଲକ୍ଷ ୪୪ ହଜାର ୮୯୬ ଜଣ ଲୋକ ପ୍ରଭାବିତ ହୋଇଥିବା ବେଳେ ୫୦୦ ଘର ସଂପୂର୍ଣ୍ଣ ଭାଙ୍ଗିଛି। ୧୫ ହଜାର ଘର ଆଶଂକ କ୍ଷତିଗ୍ରସ୍ତ ହୋଇଛି। ରୂପେ ଭାଙ୍ଗିଛି । କିନ୍ତୁ କୌଣସି ମଣିଷର ଜୀବନ ଯାଇନି। ବାତ୍ୟାରେ ରାଜ୍ୟର ୩୪କିମି ୩୩ କେଭି, ୪୫୩ କିମି ୧୧ କେଭି ବିଦ୍ୟୁତ ଲାଇନ ନଷ୍ଟ ହୋଇଛି। ସେହିପରି ୬୮୦କିମି ଏଲ୍‌ଟି ଲାଇନ, ୨୪୩୯ଟି ଟ୍ରାନ୍ସଫରମର ମଧ୍ୟ ନଷ୍ଟ ହୋଇଛି।

ସେହିପରି ବାତ୍ୟାରେ ୧୪ଟି ମାଛ ଧରା ଡଙ୍ଗା ସଂପୂର୍ଣ୍ଣ ରୂପେ ଭାଙ୍ଗି ଯାଇଥିବା ବେଳେ ୪୧ଟି ଆଂଶିକ କ୍ଷତିଗ୍ରସ୍ତ ହୋଇଛି। ୪ ହଜାର ବିଭିନ୍ନ ଗଛ ଓ ୨ ହଜାର ଝାଉଁ ଗଛ ନଷ୍ଟ ହୋଇଛି। ୧୫୧କିମି ରାସ୍ତା କ୍ଷତିଗ୍ରସ୍ତ ହୋଇଥିବା ବେଳେ ୪୨ଟି ପୋଲ ଭାଙ୍ଗିଛି। ୬୪୬ଟି ଅଙ୍ଗନବାଡ଼ି କେନ୍ଦ୍ର, ୧୫୫୨ଟି ପ୍ରାଥମିକ ସ୍କୁଲ କୋଠା ଓ ୨୯୮ଟି ପଂଚାୟତ କୋଠା ବାତ୍ୟାରେ ଭାଙ୍ଗିଥିବା ରିପୋର୍ଟରେ ଦର୍ଶାଯାଇଛି।

ମତାମତ ଦିଅନ୍ତୁ ।