April 7, 2020

ବିଜେପୁର ମଇଦାନରେ ଆଜି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ !

ଭୁବନେଶ୍ଵର: ବିଜେପୁର ବ୍ୟାଟେଲ୍ ପାଇଁ ଜୋର ଧରିଛି ରାଜନୀତି। ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର ମଇଦାନକୁ ଓହ୍ଲେଇଲେଣି ଷ୍ଟାର ପ୍ରଚାରକ। ଆଜି ବିଜେପିର ଷ୍ଟାର ପ୍ରଚାରକ ତଥା କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗାଇସିଲଟ ବ୍ଲକର ତଳପାଲି ଓ ବରପାଲି ବ୍ଲକର ଅଗଲପୁରରେ ଦଳୀୟ ପ୍ରାର୍ଥୀ ସନତ ଗଡ଼ତିଆଙ୍କ ପାଇଁ ପ୍ରଚାର କରିବେ।

ଏହି ଦୁଇ ସ୍ଥାନରେ ସାଧାରଣ ସଭା କରି ବିଜେପିକୁ ବହୁ ମତରେ ବିଜୟୀ କରିବାକୁ ଆହ୍ୱାନ ଦେବା ସହ କେନ୍ଦ୍ର ସରକାରଙ୍କ ସଫଳତାର କଥା କହି ଦଳୀୟ କର୍ମୀ ଓ କାର୍ଯ୍ୟକର୍ତ୍ତାଙ୍କୁ ଉତ୍ସାହିତ କରିବେ। ସେପଟେ ବରପାଲିରେ ନିଜ ପ୍ରଚାରକୁ ଜୋରଦାର କରିବ ବିଜେଡି।

ଅନ୍ୟପଟେ ବିଜେପୁର ଉପ ନିର୍ବାଚନ ପୂର୍ବରୁ ୧୯ ଲକ୍ଷ ଟଙ୍କା ଜବତ  ହୋଇଛି। ଗତକାଲି ରାତିରେ ବରାପାଲିରେ ଗାଡ଼ି ଯାଞ୍ଚ ବେଳେ ଛତିଶଗଡ଼ ବଗବାହାଡ଼ା ଅଞ୍ଚଳର ପରାଗ ଅଗ୍ରୱାଲ୍‌ଙ୍କୁ କାର୍‌ରୁ ଏହି ଟଙ୍କା ଜବତ ହୋଇଛି। ମାଜିଷ୍ଟ୍ରେଟ୍ ଦାୟିତ୍ୱରେ ଥିବା ବରପାଲି ବିଡିଓ ଓ ଫ୍ଳାଇଂ ସ୍କ୍ୱାଡ୍ ଟଙ୍କା ଜବତ କରିଛି। ଆଜି ଆୟକର, ଆଇଟି ବିଭାଗ ଏନେଇ ଅଧିକ ଖୋଳତାଡ଼ କରିବ।

Leave a Reply

Your email address will not be published. Required fields are marked *