April 7, 2020

ଏକକ ପ୍ରଶ୍ନ ପତ୍ରରେ ଦେଖାଦେଇଥିବା ତ୍ରୁଟିବିଚ୍ୟୁତିରେ ସୁଧାର ଅଣାଯାଇଛି : ମନ୍ତ୍ରୀ ଶ୍ରୀ ଦାଶ

ଭୁବନେଶ୍ୱର : ଏକକ ପ୍ରଶ୍ନ ପତ୍ରରେ ଦେଖା ଦେଇଥିବା ତ୍ରୁଟିବିଚ୍ୟୁତି ସଂପର୍କରେ ଆଜି ଅପରାହ୍ନରେ ବିଦ୍ୟାଳୟ ଓ ଗଣିଶକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି।
ଏସ୍‌ପିଡି ଓ ଓପେପାଙ୍କ ତଥ୍ୟ ଅନୁଯାୟୀ ପ୍ରଥମ ପର୍ଯ୍ୟାୟରେ ପ୍ରଶ୍ନପତ୍ର ବଣ୍ଟନରେ ସାମାନ୍ୟ ତ୍ରୁଟିବିଚ୍ୟୁତି ପରିଲକ୍ଷିତ ହୋଇଥିଲେ ମଧ୍ୟ ପରବର୍ତ୍ତୀ ଦିନମାନଙ୍କରେ ଏହି ତ୍ରୁଟିକୁ ସୁଧାରି ଦିଆଯାଇଛି। ୩୦୯୬୪୬୧୩ଟି ପ୍ରଶ୍ନପତ୍ର ବିଭିନ୍ନ ବିଦ୍ୟାଳୟମାନଙ୍କରେ ବିତରଣ କରାଯାଇଛି। ଏହି ପରି ଏକକ ପରୀକ୍ଷାକୁ ତ୍ରୁଟିଶୂନ୍ୟ କରିବା ପାଇଁ ଭବିଷ୍ୟତରେ କାର୍ଯ୍ୟପନ୍ଥା ନିର୍ଦ୍ଧାରଣ କରାଯିବ। ଏଥିପାଇଁ ବିଭାଗୀୟ କମିଶନର ତଥା ଶାସନ ସଚିବ ଶ୍ରୀମତୀ ଚିତ୍ରା ଅରୁମୁଗମ୍‌ଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରାଯାଇ ପୁଙ୍ଖାନୁ ପୁଙ୍ଖ ଅନୁସନ୍ଧାନ କରିବାକୁ ସ୍ଥିର ହୋଇଛି। ୧୫ ଦିନ ମଧ୍ୟରେ ଏହି କମିଟି ରିପୋର୍ଟ ଦାଖଲ କରିବେ। ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଥିବା ଛାତ୍ରଛାତ୍ରୀମାନଙ୍କର ସୁବିଧା ପାଇଁ ଏମ୍‌.ଏଲ୍‌.ଇ ପ୍ରଶ୍ନ ପତ୍ର ମଧ୍ୟ ପ୍ରସ୍ତୁତି କରାଯିବ ବୋଲି ସ୍ଥିର କରାଯାଇଛି।
ଏହି ବୈଠକରେ ଓପେପାର ଏସ୍‌ପିଡି, ସ୍ୱତନ୍ତ୍ର ସଚିବ ଶ୍ରୀ ବିଶ୍ୱନାଥ ପ୍ରଧାନ, ଏସ୍‌ଇଆର୍‌ଟିର ନିର୍ଦ୍ଦେଶକ ଗଙ୍ଗାଧର ସାହୁ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

Leave a Reply

Your email address will not be published. Required fields are marked *