Breaking News ରାଜ୍ୟ

ବାତ୍ୟାରେ ୩ ଲକ୍ଷ ହେକ୍ଟର ଚାଷ ଜମି ଓ ୫ ହଜାରରୁ ଉର୍ଦ୍ଧ୍ୱ ଘର କ୍ଷତିଗ୍ରସ୍ତ ହୋଇଛି: ଏସ୍‌ଆରସି

ଭୁବନେଶ୍ୱର: ସାମୁଦ୍ରିକ ବାତ୍ୟା ‘ବୁଲ୍‌ବୁଲ୍‌’ ପ୍ରଭାବରେ ରାଜ୍ୟରେ ୩ ଲକ୍ଷ ହେକ୍ଟର ଚାଷ ଜମି ନଷ୍ଟ ହୋଇଛି। ଏହି ସୂଚନା ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ କମିସନର ପ୍ରଦୀପ କୁମାର ଜେନା।

ରବିବାର ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ଜେନା କହିଛନ୍ତି ଯେ ସାମୁଦ୍ରିକ ବାତ୍ୟା ଯୋଗୁ ପ୍ରାୟ ୨ ଲକ୍ଷ ହେକ୍ଟର ଜମିରେ ୩୩ ପ୍ରତିଶତ ଫସଲ ନଷ୍ଟ ହୋଇଛି। ବର୍ଷା ଓ ପବନ ଯୋଗୁଁ ୫ ହଜାର ୫୦୦ ହେକ୍ଟର ଘର କ୍ଷତିଗ୍ରସ୍ତ ହୋଇଛି। ବାତ୍ୟାରେ ୩ ଜଣଙ୍କର ମୃତ୍ୟୁ ହୋଇଥିବା ଖବର ମିଳିଥିବା ବେଳେ ଏହାର ତଦନ୍ତ ଚାଲିଛି। ସେହିପରି ୧୧ଟି ଗୋରୁ, ୪ଟି ଛେଳି ଓ ୫୦ଟି ପକ୍ଷୀଙ୍କ ମୃତ୍ୟୁ ହୋଇଛି। ବାଲେଶ୍ୱର, ଭଦ୍ରକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ମୟୂରଭଂଜ ଓ ଯାଜପୁରର ଚାଷୀ ଅଧିକ ପ୍ରଭାବିତ ହୋଇଛନ୍ତି। ଉପକୂଳ ଓଡ଼ିଶାରେ ବର୍ଷା ତୁଳନାରେ ପବନ ଅଧିକ ହୋଇଥିବାରୁ ଫସଲ ନଷ୍ଟ ହୋଇଛି।

ଏସ୍‌ଆରସି କହିଛନ୍ତି ଯେ, ବାତ୍ୟା ପୂର୍ବରୁ ଅନେକ ସ୍ଥାନରେ ବିଦ୍ୟୁତ୍‌ ସରବରାହ ବନ୍ଦ କରାଯାଇଥିଲା। ଯାହାକି ସୋମବାର ସୁଦ୍ଧା ସ୍ୱାଭାବିକ ହେବ। ବର୍ତ୍ତମାନ ବିଦ୍ୟୁତ ନଥିବା ସ୍ଥାନରେ ଟ୍ୟାଙ୍କର ଯୋଗେ ପାନୀୟ ଜଳ ଯୋଗାଣ ହେଉଛି। ବାତ୍ୟା ଆଶ୍ରୟସ୍ଥଳରୁ ସମସ୍ତେ ନିଜ ନିଜ ଘରକୁ ଫେରି ଯାଇଛନ୍ତି।

ମତାମତ ଦିଅନ୍ତୁ ।