April 4, 2020

ସେସୁର ସୂଚନା-୧୨ ଓ ୧୩ ତାରିଖରେ ହେବ ପାୱାରକଟ

ଭୁବନେଶ୍ୱର: ବିଦ୍ୟୁତ ତାର ରକ୍ଷଣାବେକ୍ଷଣ ଓ ମରାମତି ପାଇଁ ଆସନ୍ତା ୧୨ ଓ ୧୩ ତାରିଖ ଦୁଇଦିନ ପାୱାରକଟ କରାଯିବ। ସେସୁ ପକ୍ଷରୁ ଏହି ସୂଚନା ଦିଆଯାଇଛି।

ଆସନ୍ତା କଲି କଟକର ଗ୍ରାମୀଣ ଅଂଚଳ ଅଧୀନରେ ଆସୁଥିବା ଆଠଗଡ଼, ବଡମ୍ବା, କାନପୁର ଓ ନରସିଂହପୁର ଅଂଚଳରେ ସକାଳ ୮ଟାରୁ ଦିନ ୧ଟା ଯାଏଁ ବିଦ୍ୟୁତ ସରବରାହ ବନ୍ଦ ରହିବ। ସିଥାଳ ଅଂଚଳରେ ସକାଳ ୯ଟାରୁ ଦିନ ୧ଟା ଯାଏଁ ବିଦ୍ୟୁତ ସରବରାହ ବନ୍ଦ ହେବ। ପୁରୀର କୋଣାର୍କ ଓ ରାମଚଣ୍ଡୀ ଅଂଚଳରେ ସକାଳ ୮ଟାରୁ ଦିନ ୧୨ଟା ଯାଏଁ ବିଦ୍ୟୁତ ସରବରାହ ବନ୍ଦ ରହିବ ବୋଲି କୁହାଯାଇଛି।

ସେହିପରି ୧୩ ତାରିଖରେ ଭୁବନେଶ୍ୱରର ବିଜେବି ନଗରରେ ସକାଳ ୯ଟାରୁ ଦିନ ୧୨ଟା ଯାଏଁ ବିଦ୍ୟୁତ ସରବରାହ ବନ୍ଦ କରିବାକୁ ନିଷ୍ପତ୍ତି ହୋଇଛି। କଟକ ସହରାଂଚଳ ଅଧୀନରେ ଆସୁଥିବା ଲିଙ୍କ ରୋଡ଼, ମାଲଗୋଦାମ ଓ ଓଏମପି ଅଞ୍ଚଳରେ ଦିନ ୧୦ଟାରୁ ୧ଟା ଯାଏଁ ବିଦ୍ୟୁତ ସରବରାହ ବନ୍ଦ ହେବ। ଖୋର୍ଦ୍ଧା ଓ ବାଙ୍କୀରେ ସକାଳ ୯ଟାରୁ ଦିନ ୨ଟା, କଟକ ଗ୍ରାମୀଣ ଅଂଚଳର କପାସିରେ ସକାଳ ୭ଟାରୁ ୧୦ଟା ଯାଏଁ, ବିଳାଶୁଣୀ-ଉତ୍ତମପୁରରେ ସକାଳ ୮ଟାରୁ ଦିନ ୧୧ଟା, ଏରଞ୍ଚରେ ସକାଳ ୯ଟାରୁ ଦିନ ୧ଟା ଯାଏଁ ବିଦ୍ୟୁତ ସରବରାହ ବନ୍ଦ ରହିବ। ପୁରୀର ହରିପୁର, ଖେଲର ଅଂଚଳରେ ସକାଳ ୮ଟାରୁ ଦିନ ୧୨ଟା, ଢେଙ୍କାନାଳର ଭୁବନ, ହିନ୍ଦୋଳ ରୋଡ଼, ବୈସିଙ୍ଗା ଅଂଚଳରେ ସକାଳ ୮ଟାରୁ ଦିନ ୧ଟା ଯାଏଁ ବିଦ୍ୟୁତ ସରବରାହ ବନ୍ଦ ରହିବ। ଢେଙ୍କାନାଳର ଖଜୁରୀକଟା ଓ ହିନ୍ଦୋଳ ଅଂଚଳରେ ସର୍ବାଧିକ ସମୟ ଅର୍ଥାତ ସକାଳ ୮ଟାରୁ ଅପରାହ୍ନ ୫ଟା ଯାଏଁ ବିଦ୍ୟୁତ ସେବା ବନ୍ଦ ରହିବ ବୋଲି ସେସୁ ସୂଚନା ଦେଇଛି।

Leave a Reply

Your email address will not be published. Required fields are marked *