ସୁନା-ରୂପା ଦାମ୍ କମିଲା

ନୂଆଦିଲ୍ଲୀ : ଘରୋଇ ବଜାରରେ ସୁନା ଓ ରୂପା ଦାମ୍ ହ୍ରାସ ପାଇଛି। ଦିଲ୍ଲୀର ସରାଫା ବଜାରରେ ୧୦ ଗ୍ରାମ ସୁନାର ମୂଲ୍ୟ ୫୨ ହଜାର ତଳକୁ ଖସିଛି। ଏକ କିଲୋଗ୍ରାମ ରୂପାର ଦାମରେ ୮୭୫ ଟଙ୍କା ଶସ୍ତା ହୋଇଛି।

ଏଚଡିଏଫସି ସିକ୍ୟୁରିଟିଜ୍ ଅନୁଯାୟୀ ମଙ୍ଗଳବାର ଦିଲ୍ଲୀର ସରାଫା ବଜାରରେ ୯୯.୯ ପ୍ରତିଶତ ସୁଦ୍ଧ ସୁନା ୧୦ ଗ୍ରାମର ଦାମ୍ ୧୩୩ ଟଙ୍କା ଶସ୍ତା ହୋଇଛି। ଆଜିର ମୂଲ୍ୟ ରହିଛି ପ୍ରତି ୧୦ ଗ୍ରାମକୁ ୫୧,୯୮୯ ଟଙ୍କା। ସୋମବାର ଦାମଥିଲା ୫୨, ୧୨୨ ଟଙ୍କା। ସେହିପରି ରୂପାର ଦାମ ୮୭୫ ଟଙ୍କା ଶସ୍ତା ହୋଇ ଏକ କିଲୋଗ୍ରାମ ମୂଲ୍ୟ ହୋଇଛି ୬୩,୮୬୦ ଟଙ୍କା। ସୋମବାର ଦାମ୍ ୬୪, ୭୩୫ ଟଙ୍କା ରହିଥିଲା।

ମତାମତ ଦିଅନ୍ତୁ ।