ସୁନା-ରୂପା ଦର କମୁଛି

ନୂଆଦିଲ୍ଲୀ : ଭାରତରେ ସୁନା ଓ ରୂପା ଦର କମୁଛି। ଭାରତୀୟ ବୁଲିୟନ ଏଣ୍ଡ ଜୁଏଲାରୀ ସଂଘ ସୂଚନା ଅନୁଯାୟୀ ଗତକାଲିଠାରୁ ଦାମ ଆଜି ପ୍ରାୟ ୧୦୦ ଟଙ୍କା କମ ରହିଛି। ୨୪ କ୍ୟାରେଟ ସୁନା ୧୦ ଗ୍ରାମ ୫୦୪୧୦ ଟଙ୍କା ଥିବାବେଳେ ୨୨ କ୍ୟାରେଟ ସୁନା ମୂଲ୍ୟ ରହିଛି ୪୮୭୦୦ ଟଙ୍କା। ମୁମ୍ବାଇର ମଲଟି କମୋଡିଟି ଏକ୍ସଚେଞ୍ଜରେ ସୁନା ୧୨୦ ଟଙ୍କା ହ୍ରାସ ପାଇ ୫୧୮୯୦ ଟଙ୍କାରେ ପହଞ୍ଚିଛି।

ସେହିପରି ରୁପା କିଲୋଗ୍ରାମ ୨୦୦ ଟଙ୍କା ହ୍ରାସ ପାଇ ୬୧୨୦୦ ଟଙ୍କା ହୋଇଛି। ଅନ୍ତର୍ଜାତୀୟ ବଜାରର ପ୍ରଭାବ ଓ ଘରୋଇ ବଜାରରେ ସୁନା ଚାହିଦା ହ୍ରାସ ଯୋଗୁ ଦର କମୁଥିବା କୁହାଯାଉଛି। ଆଗକୁ ପାର୍ବଣ ଓ ବିବାହ ଋତୁ ଆସୁଥିବାରୁ ମୂଲ୍ୟ ପୁଣି ବଢିବାର ସମ୍ଭାବନା ରହିଛି। ତେବେ ଦେଶର ଅନ୍ୟ ଭାଗ ଅପେକ୍ଷା ଦକ୍ଷିଣ ଭାରତୀୟ ସହର ଗୁଡ଼ିକରେ ସୁନାଦର କମ ରହିଛି। ବାଙ୍ଗାଲୁରୁରେ ୨୨ କ୍ୟାରେଟ ସୁନା ୪୭୫୬୦ ଟଙ୍କା ଓ କେରଳରେ ୪୬୬୧୦ ଟଙ୍କା ରହିଛି। ବାଙ୍ଗାଲୁରୁରେ ୨୪ କ୍ୟାରେଟ ସୁନା ମୂଲ୍ୟ ୫୨୮୯୦ ଟଙ୍କା ରହିଛି।

ମତାମତ ଦିଅନ୍ତୁ ।