ସୁପ୍ରିମକୋର୍ଟରେ ପରୀ ମାମଲାର ଶୁଣାଣି ୧୯ରେ

ଭୁବନେଶ୍ୱର : ନୟାଗଡ ବହୁ ଚର୍ଚ୍ଚିତ ପରୀ ମାମଲାର ଶୁଣାଣି ଚଳିତ ମାସ ଏପ୍ରିଲ୍‌ ୧୯ ତାରିଖରେ ସୁପ୍ରିମକୋର୍ଟରେ ହେବ। ରାଜ୍ୟ ସରକାରଙ୍କ ଜବାବ ଦାଖଲ ପରେ ସିବିଆଇ ତଦନ୍ତ ନେଇ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ନେବେ।

ସୂଚନାଯୋଗ୍ୟ ୬ ମାସ ତଳେ ନୟାଗଡ ୫ ବର୍ଷର ଝିଅ ପରୀକୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଥିଲା। ଏହାର ତଦନ୍ତ କରୁଥିଲା ଏସ୍‌ଆଇଟି। କିନ୍ତୁ ଏଥିରେ ପରି ମା’ ସନ୍ତୁଷ୍ଟ ନହୋଇ ମାମଲାର ସିବିଆଇ ତଦନ୍ତ ଦାବିରେ ସୁପ୍ରିମକୋର୍ଟଙ୍କ ଦ୍ଵାରସ୍ଥ ହୋଇଥିଲେ। କୋର୍ଟ ମାମଲାକୁ ଗୁରୁତର ସହ ନେଇ ୪ ସପ୍ତାହ ମଧ୍ୟରେ ସତ୍ୟପାଠ ଦାଖଲ କରିବାକୁ ରାଜ୍ୟ ସରକାରକୁ ମହଲତ ଦେଇଥିଲେ। ଚାରି ସପ୍ତାହ ମଧ୍ୟରେ ସବୁ ତଥ୍ୟ ଦେବାକୁ ରାଜ୍ୟ ସରକାରଙ୍କୁ କୋର୍ଟ କହିଥିଲେ।

Leave a Reply

Your email address will not be published. Required fields are marked *

Back to top button