ସୁଶାନ୍ତ ସିଂହ ରାଜପୁତଙ୍କ ଆତ୍ମହତ୍ୟା ପଛରେ ଦାଉଦ ହାତ

ମୁମ୍ବାଇ: ବଲିଉଡ ଷ୍ଟାର ସୁଶାନ୍ତ ସିଂହ ରାଜପୁତ ଆତ୍ମହତ୍ୟା ନୁହେଁ ବରଂ ହତ୍ୟା କରାଯାଇଛି ବୋଲି କହିଛନ୍ତି ପୂର୍ବତନ ‘ର’ ଅଧିକାରୀ ଏନ.ଏକେ ଶୋଦ୍। ଯୋଜନାବଦ୍ଧ ଭାବରେ ସୁଶାନ୍ତଙ୍କୁ ହତ୍ୟା କରାଯାଇଛି ବୋଲି ସେ କହିଛନ୍ତି। ପୂର୍ବତନ ‘ର’ ଅଧିକାରୀଙ୍କ ଏହି ମନ୍ତବ୍ୟ ୟୁଟ୍ୟୁବରେ ଅପଲୋଡ ହୋଇଛି। ଯାହାକୁ ନେଇ ଏବେ ଅନେକ ପ୍ରଶ୍ନ ଉଠିଛି।  ସୁଶାନ୍ତ ସିଂହ ରାଜପୁତ ଜୁନ୍ ୧୪ରେ ତାଙ୍କ ମୁମ୍ୱାଇ ସ୍ଥିତ ବାସଭବନରେ ଆତ୍ମହତ୍ୟା କରିଥିଲେ। ନେପୋଟିଜିମର ଶିକାର ହୋଇ ଅବସାଦ କାରଣରୁ ତାଙ୍କର ମୃତ୍ୟୁ ଘଟିଛି ବୋଲି ଚର୍ଚ୍ଚା ହେଉଛି। ଏହାକୁ ନେଇ ବଲିଉଡର ଅନେକ ନାମିଦାମୀ ଚେହେରା ଏବେ ପୁଲିସର ସ୍କାନରରେ ରହିଛନ୍ତି। 

ପୂର୍ବତନ ‘ର’ ଅଧିକାରୀ କହିଛନ୍ତି ଦାଉଦ ଇବ୍ରାହିମ ଲୋକବଳ, ଆର୍ଥିକ ବଳ ଇତ୍ୟାଦି ବ୍ୟବହାର କରି ମୁମ୍ବାଇକୁ ନିଜ ଅଧିନରେ ରଖିଛି। ସୁଶାନ୍ତ ସିଂହ ମୃତ୍ୟୁ ପୂର୍ବରୁ ୫୦ଟି ସିମ୍ କାର୍ଡ ବଦଳ କରିଥିଲେ। ଦାଉଦ ବାରମ୍ୱାର ଧମକ ଦେବାରୁ ସୁଶାନ୍ତ ଏଭଳି କରିଥିଲେ। ଏହି ହତ୍ୟା ଜଣେ ପେଶାଦାର ହତ୍ୟାକାରୀଙ୍କ ଦ୍ୱାରା ହୋଇଛି ବୋଲି ଏହି ପୂର୍ବତନ ‘ର’ ଅଧିକାରୀ କହିଛନ୍ତି। ଆତ୍ମହତ୍ୟା ପୂର୍ବରୁ ସୁଶାନ୍ତଙ୍କ ଘରର ସିସିଟିଭି ବନ୍ଦ ହେବା, ଘରର ଡୁପ୍ଲିକେଟ ଚାବି ନିଖୋଜ ହେବା ହତ୍ୟା ଦର୍ଶାଉଛି ବୋଲି ସେ କହିଛନ୍ତି। ତେବେ ସୁଶାନ୍ତଙ୍କ ପ୍ରେମିକା ରିଆ ଚକ୍ରବର୍ତ୍ତୀ ବାବଦରେ ସେ କହିଛନ୍ତି ରିଆ ମୃତ୍ୟୁ ମାମଲାରେ ସିଧାସଳଖ ସମ୍ପୃକ୍ତି ନାହିଁ। ହେଲେ ଯାହା ଘଟୁଥିଲା ସେ ଜାଣିଥାଇପାରନ୍ତି। ସେଥିପାଇଁ ସୁଶାନ୍ତ ଆତ୍ମହତ୍ୟା କରିବାର କିଛି ଦିନ ପୂର୍ବରୁ ସେ ତାଙ୍କୁ ଏକୁଟିଆ ଛାଡ଼ି ମହେଶ ଭଟ୍ଟଙ୍କ ପାଖକୁ ଯାଇଥିଲେ ବୋଲି ପୂର୍ବତନ ‘ର’ ଅଧିକାରୀ ଶୋଦ୍ କହିଛନ୍ତି। 

ମତାମତ ଦିଅନ୍ତୁ ।