ସୁସ୍ଥ ହେଲେ ୧୫୪୩ କରୋନା ଆକ୍ରାନ୍ତ

ଭୁବନେଶ୍ୱର : ରାଜ୍ୟରେ ଆଜି ୧୫୪୩ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଏହି ସୂଚନା ଦେଇଛି।

ରବିବାର ତଥ୍ୟ ଅନୁଯାୟୀ ଗଂଜାମ ଜିଲ୍ଲାରୁ ୪୦୨ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସେହିପରି ଖୋର୍ଦ୍ଧା ଜିଲ୍ଲାରୁ ୨୧୦ ଜଣ, କଟକ ଜିଲ୍ଲାରୁ ୧୩୧ ଜଣ, କୋରାପୁଟ ଜିଲ୍ଲାରୁ ୧୨୮ ଜଣ, ଗଜପତି ଜିଲ୍ଲାରୁ ୧୧୧ ଜଣ, ବାଲେଶ୍ୱର ଜିଲ୍ଲାରୁ ୮୩ ଜଣ, ଯାଜପୁର ଜିଲ୍ଲାରୁ ୫୮ ଜଣ, ସମ୍ବଲପୁର ଜିଲ୍ଲାରୁ ୪୯ ଜଣ, ମାଲକାନଗିରି ଜିଲ୍ଲାରୁ ୪୭ ଜଣ, କନ୍ଧମାଳ ଜିଲ୍ଲାରୁ ୪୬ ଜଣ, ରାୟଗଡ଼ା ଜିଲ୍ଲାରୁ ୩୫ ଜଣ, ନୟାଗଡ଼ ଜିଲ୍ଲାରୁ ୩୩ ଜଣ ଓ ଭଦ୍ରକ ଜିଲ୍ଲାରୁ ୩୧ ଜଣ ସୁସ୍ଥ ହୋଇଛନ୍ତି।

ଏହାବ୍ୟତୀତ ଜଗତସିଂହପୁର ଜିଲ୍ଲାରୁ ୨୭ ଜଣ, କଳାହାଣ୍ଡି ଜିଲ୍ଲାରୁ ୨୫ ଜଣ, କେନ୍ଦୁଝର ଜିଲ୍ଲାରୁ ୨୩ ଜଣ, ଢେଙ୍କାନାଳ ଜିଲ୍ଲାରୁ ୨୧ ଜଣ, ନବରଙ୍ଗପୁର, ମୟୂରଭଂଜ ଜିଲ୍ଲାରୁ ୧୫ ଜଣ ଲେଖାଏଁ, ପୁରୀ ଜିଲ୍ଲାରୁ ୧୪ ଜଣ, ବଲାଙ୍ଗୀର ଜିଲ୍ଲାରୁ ୧୦ ଜଣ, କେନ୍ଦ୍ରାପଡ଼ା ଜିଲ୍ଲାରୁ ୧୦ ଜଣ, ସୁବର୍ଣ୍ଣପୁର ଜିଲ୍ଲାରୁ ୭ ଜଣ, ଝାରସୁଗୁଡ଼ା ଜିଲ୍ଲାରୁ ୫ ଜଣ, ସୁନ୍ଦରଗଡ଼ ଜିଲ୍ଲାରୁ ୪ ଜଣ, ବରଗଡ଼ ଜିଲାରୁ ୨ ଜଣ ଓ ଅନୁଗୁଳ ଜିଲ୍ଲାରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ମତାମତ ଦିଅନ୍ତୁ ।