ସୁସ୍ଥ ହେଲେ ୨୩୭୭ କାରୋନା ଆକ୍ରାନ୍ତ

ଭୁବନେଶ୍ଵର : ରାଜ୍ୟରେ ଆଜି ୨୩୭୭ ଜଣ କାରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏମାନଙ୍କୁ ମିଶାଇ ସୁସ୍ଥ ହୋଇଥିବା ସଂଖ୍ୟା ୨, ୫୯, ୪୧୮ରେ ପହଞ୍ଚିଛି। ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ଏହି ସୂଚନା ଦିଆଯାଇଛି।

ଶୁକ୍ରବାର ତଥ୍ୟ ଅନୁଯାୟୀ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୩୯୪ ଜଣ ସୁସ୍ଥ ହୋଇଛନ୍ତି। ସେହିପରି ଅନୁଗୁଳରୁ ୨୦୪, ବାଲେଶ୍ଵରରୁ ୧୬୨, ମୟୂରଭଞ୍ଜରୁ ୧୨୬, କଟକରୁ ୧୨୨, ସୁନ୍ଦରଗଡରୁ ୧୦୯, ଯାଜପୁରରୁ ୧୦୭, ବରଗଡରୁ ୮୮, ବଲାଙ୍ଗିରରୁ ୮୭, ଝାରସୁଗୁଡାରୁ ୮୫, ଭଦ୍ରକରୁ ୭୭, କଳାହାଣ୍ଡିରୁ ୭୨, ନୂଆପଡାରୁ ୬୫, କେନ୍ଦ୍ରାପଡାରୁ ୬୪, ସୋନପୁରରୁ ୬୪, ପୁରୀରୁ ୫୯, ଜଗତସିଂହପୁରରୁ ୫୦, କେନ୍ଦୁଝରରୁ ୫୦, ସମ୍ବଲପୁରରୁ ୫୦, ଢେଙ୍କାନାଳରୁ ୩୪, ଗଞ୍ଜାମରୁ ୩୪, ବୌଦ୍ଧରୁ ୩୩, କନ୍ଧମାଳରୁ ୩୩, ମାଲକାନଗିରିରୁ ୩୧, ରାୟଗଡାରୁ ୨୯, କୋରାପୁଟରୁ ୨୮, ନୟାଗଡରୁ ୨୧, ନବରଙ୍ଗପୁରରୁ ୧୫, ଦେବଗଡରୁ ୧୦ ଓ ଗଜପତିରୁ ୬ ଜଣ ସୁସ୍ଥ ହୋଇଛନ୍ତି।

ମତାମତ ଦିଅନ୍ତୁ ।