ସୁସ୍ଥ ହେଲେ ୨୮୪୨ କରୋନା ଆକ୍ରାନ୍ତ

ଭୁବନେଶ୍ୱର : ରାଜ୍ୟରେ ଆଜି କରୋନାରୁ ୨୮୪୨ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏମାନଙ୍କୁ ମିଶାଇ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ୪୪ହଜାର ୨୨୭କୁ ବୃଦ୍ଧି ପାଇଛି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ ଜରିଆରେ ଏହି ସୂଚନା ଦିଆଯାଇଛି।

ଶନିବାର ତଥ୍ୟ ଅନୁଯାୟୀ ଖୋର୍ଦ୍ଧା ଜିଲ୍ଲାରୁ ୪୩୪ ଜଣ ସୁସ୍ଥ ହୋଇଛନ୍ତି। ସେହିପରି କଟକ ଜିଲ୍ଲାରୁ ୨୩୭ ଜଣ ସୁସ୍ଥ ହୋଇଥିବା ବେଳେ ପୁରୀ ୧୪୮ଜଣ, ନୂଆପଡ଼ାରୁ ୧୬୧, ଅନୁଗୁଳ ୧୧୯ଜଣ, ସମ୍ବଲପୁର ୧୩୬ ଜଣ, କେନ୍ଦ୍ରାପଡ଼ା ୭୬ଜଣ, ବରଗଡ଼ ୯୩ ଜଣ, ନବରଂଗପୁର ୫୩ଜଣ, ଯାଜପୁର ୧୦୦ଜଣ, ସୁନ୍ଦରଗଡ଼ ୯୧ଜଣ, ମୟୂରଭଂଜ ୯୨ଜଣ, ଜଗତସିଂହପୁରରୁ ୮୫, ସୁବର୍ଣ୍ଣପୁର ୪୮ ଜଣ, କଳାହାଣ୍ଡିରୁ ୧୧୭, ଝାରସୁଗୁଡ଼ାରୁ ୧୦୮, ଭଦ୍ରକରୁ ୯୪, ନୟାଗଡ଼ରୁ ୭୮ଜଣ, କେନ୍ଦୁଝରରୁ ୬୮, ଢେଙ୍କାନାଳରୁ ୬୦, ବଲାଙ୍ଗୀରରୁ ୫୮, କନ୍ଧମାଳରୁ ୫୦, କୋରାପୁଟରୁ ୪୧, ମାଲକାନଗିରିରୁ ୪୧, ଗଞ୍ଜାମରୁ ୩୦, ବାଲେଶ୍ୱରରୁ ୨୭, ବୌଦ୍ଧରୁ ୨୧, ରାୟଗଡ଼ାରୁ ୧୮, ଦେଓଗଡ଼ରୁ ୧୭, ଗଜପତିରୁ ୧୩ ଓ ଷ୍ଟେଟ ପୁଲରୁ ୧୨୮ଜଣ ସୁସ୍ଥ ହୋଇଛନ୍ତି।

ମତାମତ ଦିଅନ୍ତୁ ।