Breaking Newsରାଜ୍ୟ

ସୁସ୍ଥହେଲେ ୧୪୬୨ କରୋନା ଆକ୍ରାନ୍ତ

ଭୁବନେଶ୍ୱର : ରାଜ୍ୟରେ ଆଜି ୧୪୬୨ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏମାନଙ୍କୁ ମିଶାଇ ସୁସ୍ଥ ହୋଇଥିବା ସଂଖ୍ୟା ୨୮୦୫୫୩ରେ ପହଞ୍ଚିଛି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ୱିଟ୍‌ କରି ଏହି ସୂଚନା ଦେଇଛି।

ମଙ୍ଗଳବାର ତଥ୍ୟ ଅନୁଯାୟୀ ଖୋର୍ଦ୍ଧାରୁ ସର୍ବାଧିକ ୧୭୩ ଜଣ ସୁସ୍ଥ ହୋଇଛନ୍ତି। ସେହିପରି କଟକରୁ ୧୨୮, କେନ୍ଦ୍ରାପଡ଼ାରୁ ୧୦୪, ସୁନ୍ଦରଗଡ଼ରୁ ୭୭, ଅନୁଗୋଳରୁ ୭୨, ବଲାଙ୍ଗିରରୁ ୬୫, ପୁରୀରୁ ୫୬, ବାଲେଶ୍ୱରରୁ ୫୪, ଝାରସୁଗୁଡ଼ାରୁ ୫୪, ବରଗଡ଼ରୁ ୫୩, ଜଗତସିଂହପୁରରୁ ୫୩, ନବରଙ୍ଗପୁରରୁ ୪୭, ଯାଜପୁରରୁ ୪୨, ମୟୂରଭଞ୍ଜରୁ ୪୨, କେନ୍ଦୁଝରରୁ ୪୧, ଗଞ୍ଜାମରୁ ୩୯, ନୂଆପଡ଼ାରୁ ୩୬, କଳାହାଣ୍ଡିରୁ ୩୪, ବୌଦ୍ଧରୁ ୩୨, ସମ୍ୱଲପୁରରୁ ୩୨, ମାଲକାନଗିରିରୁ ୨୭, ଭଦ୍ରକରୁ ୨୫, କୋରାପୁଟରୁ ୨୪, ନୟାଗଡ଼ରୁ ୨୪, ଦେବଗଡ଼ରୁ ୧୬, ଢେଙ୍କାନାଳରୁ ୧୫, କନ୍ଧମାଳରୁ ୧୫, ସୋନପୁରରୁ ୧୫, ଗଜପତିରୁ ୭ ଓ ଷ୍ଟେଟ୍‌ ପୁଲରୁ ୬୦ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ମତାମତ ଦିଅନ୍ତୁ ।

Back to top button