ଆରୋଗ୍ୟ ହେଲେ ୩୩୮୨ କରୋନା ଆକ୍ରାନ୍ତ

ଭୁବନେଶ୍ୱର : ରାଜ୍ୟରେ ଆଜି ୩୩୮୨ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏମାନଙ୍କୁ ମିଶାଇ ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କ ସଂଖ୍ୟା ୧୨୨୦୨୪ରେ ପହଞ୍ଚିଛି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଏହି ସୂଚନା ଦେଇଛନ୍ତି।

ସୋମବାର ତଥ୍ୟ ଅନୁଯାୟୀ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୫୦୩ ଜଣ ସୁସ୍ଥ ହୋଇଛନ୍ତି। ସେହିପରି କଟକରୁ ୩୪୪, ବରଗଡ଼ରୁ ୨୬୨, ଯାଜପୁରରୁ ୧୭୭, ମୟୂରଭଞ୍ଜରୁ ୧୭୫, ଭଦ୍ରକରୁ ୧୬୭, ବାଲେଶ୍ୱରରୁ ୧୫୬, ଢେଙ୍କାନାଳରୁ ୧୪୬, ପୁରୀରୁ ୧୧୨, ଜଗତସିଂହପୁରରୁ ୧୦୨, ରାୟଗଡ଼ାରୁ ୯୫, ଗଞ୍ଜାମରୁ ୯୪, ସମ୍ୱଲପୁରରୁ ୯୪, ଅନୁଗୋଳରୁ ୯୧, ନୟାଗଡ଼ରୁ ୯୦, ସୋନପୁରରୁ ୯୦, ବଲାଙ୍ଗିରରୁ ୮୦, ନବରଙ୍ଗପୁରରୁ ୭୦, ସୁନ୍ଦରଗଡ଼ରୁ ୭୦, ଝାରସୁଗୁଡ଼ାରୁ ୬୮, କେନ୍ଦ୍ରାପଡ଼ାରୁ ୬୪, କୋରାପୁଟରୁ ୬୪, କେନ୍ଦୁଝରରୁ ୫୧, କନ୍ଧମାଳରୁ ୪୫, ନୂଆପଡ଼ାରୁ ୪୦, କଳାହାଣ୍ଡିରୁ ୩୯, ଗଜପତିରୁ ୨୯, ବୌଦ୍ଧରୁ ୨୭, ମାଲକାନଗିରିରୁ ୨୫ ଓ ଦେବଗଡ଼ରୁ ୧୨ ଜଣ ଲେଖାଏଁ ସୁସ୍ଥ ହୋଇଛନ୍ତି।

ମତାମତ ଦିଅନ୍ତୁ ।