ସୁସ୍ଥହେଲେ ୩୮୩୪ କରୋନା ଆକ୍ରାନ୍ତ

ଭୁବନେଶ୍ୱର : ରାଜ୍ୟରେ ଆଜି ୩୮୩୪ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏମାନଙ୍କୁ ମିଶାଇ ମୋଟ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧୫୩୨୧୩କୁ ବୃଦ୍ଧି ପାଇଛି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ୱିଟ୍‌ କରି ଦେଇଛି ଏହି ସୂଚନା।

ମଙ୍ଗଳବାର ତଥ୍ୟ ଅନୁଯାୟୀ ଖୋର୍ଦ୍ଧାରୁ ସର୍ବାଧିକ ୫୨୫ ଜଣ ସୁସ୍ଥ ହୋଇଛନ୍ତି। ସେହିପରି କଟକରୁ ୩୮୯ ସୁସ୍ଥ ହୋଇଥିବା ବେଳେ ପୁରୀରୁ ୨୭୪, ଅନୁଗୋଳରୁ ୨୧୦, ବରଗଡ଼ରୁ ୧୯୦, ବାଲେଶ୍ୱରରୁ ୧୮୫, ବଲାଙ୍ଗିରରୁ ୧୮୩, କେନ୍ଦ୍ରାପଡ଼ାରୁ ୧୫୬, କଳାହାଣ୍ଡିରୁ ୧୫୦, ସମ୍ୱଲପୁରରୁ ୧୩୮, ଜଗତସିଂହପୁରରୁ ୧୨୩, ମୟୂରଭଞ୍ଜରୁ ୧୨୨, ଯାଜପୁରରୁ ୧୧୮, କନ୍ଧମାଳରୁ ୧୧୦, ସୁନ୍ଦରଗଡ଼ରୁ ୧୧୦, ନବରଙ୍ଗପୁରରୁ ୯୭, ସୋନପୁରରୁ ୯୩, ନୂଆପଡ଼ାରୁ ୯୧, କୋରାପୁଟରୁ ୭୪, ଝାରସୁଗୁଡ଼ାରୁ ୭୦, କେନ୍ଦୁଝରରୁ ୫୫, ନୟାଗଡ଼ରୁ ୫୫, ଭଦ୍ରକରୁ ୫୩, ବୌଦ୍ଧରୁ ୪୧, ମାଲକାନଗିରିରୁ ୨୭, ରାୟଗଡ଼ାରୁ ୨୨, ଦେବଗଡ଼ରୁ ୨୦, ଢେଙ୍କାନାଳରୁ ୧୭, ଗଞ୍ଜାମରୁ ୧୭, ଗଜପତିରୁ ୧୩ ଓ ଷ୍ଟେଟ୍‌ ପୁଲରୁ ୧୦୬ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

ମତାମତ ଦିଅନ୍ତୁ ।