ସ୍ଵାମୀଙ୍କ ମୃତ୍ୟୁ ପରେ ନଦୀକୁ ଡେଇଁଲେ ପତ୍ନୀ ଓ ପୁଅ-ଝିଅ

ରାଜମୁନ୍ଦରୀ : କରୋନା ପାଇଁ ଆନ୍ଦ୍ରପ୍ରଦେଶରେ ଏକ ଅଭାବନୀୟ ଘଟଣା ଘଟିଛି। ଗୋଟିଏ ପରିବାରର ସ୍ଵାମୀ କରୋନାରେ ମୃତ୍ୟୁ ବରଣ କରିବା ପରେ ପତ୍ନୀ ଓ ପୁଅ-ଝିଅ ନଦୀକୁ ଡେଇଁ ଆତ୍ମହତ୍ୟା କରିଛନ୍ତି।

ପୋଲିସର ସୂଚନା ଅନୁଯାୟୀ ଗୋଦାବରୀର ରାଜମୁନ୍ଦରୀରେ କରୋନା ସଂକ୍ରମିତ ୫୨ବର୍ଷ ବୟସ୍କ ନରସୈୟାଙ୍କର ୪ଦିନ ତଳେ ମୃତ୍ୟୁ ହୋଇଥିଲା। ନରସୈୟାଙ୍କ ମୃତ୍ୟୁ ପରେ ପରିବାର ଲୋକେ ମାନସିକ ଅବସାଦରେ ଥିଲେ। ସମ୍ପର୍କୀୟ କିମ୍ବା ବନ୍ଧୁ କେହି ସହଯୋଗ ନକରିବାରୁ ସେମାନଙ୍କ ଚିନ୍ତା ବଢିଯାଇଥିଲା। ସେଥିପାଇଁ ପୁଅ ନରସିଂହ ଫଣୀକୁମାର, ଝିଅ ଲକ୍ଷ୍ମୀ ଅପର୍ଣ୍ଣା ଓ ତାଙ୍କ ମାଆ ପୈରିମୀ ସ୍ନୁନିତା ଗୋଦାବରୀ ନଦୀକୁ ଡେଇଁ ଆତ୍ମହତ୍ୟା କରିଥିଲେ। ଯେଉଁ କାରରେ ସେମାନେ ଗୋଦାବରୀ ନଦୀ ପୋଲ ନିକଟ​‌ରେ ପହଞ୍ଚିଥିଲେ ସେଥିରୁ ପୋଲିସକୁ ଏ ସମ୍ପର୍କରେ ସୂଚନା ମିଳିଛି।

ମତାମତ ଦିଅନ୍ତୁ ।