ସ୍ଵରେଜ ମ୍ୟାନ୍‌ହୋଲ୍‌ରେ ଶ୍ରମିକ ମୃତ୍ୟୁ : ଜେଇ ନିଲମ୍ବିତ, ମୃତକଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କାର ସହାୟତା

କଟକ : ସିଡିଏ ସେକ୍ଟର ୧୦ରେ ଗୁରୁବାର ସ୍ଵରେଜ ମ୍ୟାନ୍ ହୋଲରେ ଫସି ୨ ଜଣ ଶ୍ରମିକ ମୃତ୍ୟୁବରଣ କରିଥିଲେ। ଆଜି ମୃତକଙ୍କ ପରିବାର ପାଇଁ ୧୦ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ରାଶି ଘୋଷଣା କରିଛନ୍ତି ମୁଖ୍ୟନ୍ତ୍ରୀ ନବୀନ ପଟ୍ଟନାୟକ। ଏଥିସହ କାର୍ଯ୍ୟରେ ଅବହେଳା ଯୋଗୁଁ ଜେଇ ପ୍ରଦ୍ୟୋତ କୁମାର ସାହୁଙ୍କୁ ନିଲମ୍ବିତ କରିଛନ୍ତି। ୨ ଶ୍ରମିକଙ୍କ ମତ୍ୟୁ ଘଟଣାର ତଦନ୍ତ ରିପୋର୍ଟ ଆସିବା ପରେ ସଂପୃକ୍ତ ଜେଇଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି।

ସୂଚନାଯୋଗ୍ୟ ଗତକାଲି ମ୍ୟାନ୍ ହୋଲରେ କାମ କରୁଥିବା ବେଳେ କଟକ ତିନିକଣିଆ ବଗିଚା ଅଞ୍ଚଳର ପି.ଶଙ୍କର ଓ ବଡମ୍ବା ଅଞ୍ଚଳର ବିଷ୍ଣୁ ନାୟକଙ୍କର ମୃତ୍ୟୁ ଘଟିଥିଲା। ଡି ଶିବା ଆହତ ହୋଇଥିଲେ।

Leave a Reply

Your email address will not be published. Required fields are marked *

Back to top button