ସ୍ୱର୍ଗଦ୍ୱାରରୁ ଶବଦାହ କଟକଣା ହଟିଲା

ପୁରୀ : ପୁରୀ ଜିଲ୍ଲାପ୍ରଶାସନ ପକ୍ଷରୁ ସ୍ୱର୍ଗଦ୍ୱାରରେ ରହିଥିବା ଶବଦାହ କଟକଣାକୁ ଆଜିଠାରୁ ହଟାଇ ଦିଆଯାଇଛି। ଏବେ ପୁରୀ ଜିଲ୍ଲା ବାହାର ଲୋକମାନେ ସେମାନଙ୍କ ଆତ୍ମୀୟଙ୍କ ଶବଦାହ କରିପାରିବେ। କିନ୍ତୁ କରୋନାରେ ମୃତ ବ୍ୟକ୍ତିଙ୍କ ପାଇଁ କଟକଣା ରହିବ ବୋଲି ଜିଲ୍ଲାପାଳ ବଳୱନ୍ତ ସିଂ କହିଛନ୍ତି। ସେ କହିଛନ୍ତି ପୁରୀ ଜିଲ୍ଲାରେ ସଂକ୍ରମଣ କମିଥିବାରୁ କଟକଣା ହଟାଯାଇଥିଲେ ହେଁ ଶବଦାହ ବେଳେ କୋଭିଡ ଗାଇଡଲାଇନ ପାଳନ କରାଯିବ। ୨୦ ଜଣରୁ ଅଧିକ ଉପସ୍ଥିତ ନ ରହିବା ସହ ସମସ୍ତେ ମାସ୍କ ପିନ୍ଧିବା ଭଳି ନିୟମ ପାଳନ କରିବେ।

ମତାମତ ଦିଅନ୍ତୁ ।