ସ୍ଵାସ୍ଥ୍ୟ ବିଭାଗର ବୟସ୍କ ଅଧିକାରୀ ଚାକିରୀରୁ ବିଦାହେବେ

ଲକ୍ଷ୍ନୌ : ଉତ୍ତର ପ୍ରଦେଶର ଯୋଗୀ ସରକାର ଏକ ନୂଆ ନିଷ୍ପତ୍ତି ନେଇଛନ୍ତି। ଆଉ ନିର୍ଦ୍ଦେଶ ଦିଆଯାଇଛି ସ୍ଵାସ୍ଥ୍ୟ ବିଭାଗରେ ୫୦ ବର୍ଷରୁ ଅଧିକ ବୟସର ଅଧିକାରୀଙ୍କୁ ସ୍କ୍ରିନିଂ ଓ ଛଟେଇ କରିଯିବ। ଏଥିପାଇଁ ୪ ଜଣିଆ ସ୍କ୍ରିନିଂ କମିଟି ଗଠନ କରାଯାଇଛି। ଏହି କମିଟି ୫୦ ବର୍ଷରୁ ଅଧିକ ବୟସ୍କର ଅଧିକାରୀଙ୍କ କାର୍ଯ୍ୟ ଦକ୍ଷତା, ସଚ୍ଚେଟତା ଓ ଶାରିରୀକ ଦକ୍ଷତାକୁ ଆଧାର କରି ସ୍କ୍ରିନିଂ କରିବ। ଏହାପରେ ଆରମ୍ଭ ହେବ ଛଟେଇ ପକ୍ରିୟା। ମଙ୍ଗଳବାର ଜାରି ହୋଇଥିବ ନିର୍ଦେଶନାମରେ କୁହାଯାଇଛି ସ୍ଵାସ୍ଥ୍ୟ ବିଭାଗରେ ନିଜର କାମ ପ୍ରତି ବେପରୁଆ ଭାବନା ରଖିଥିବା ଲୋକ ଓ ଅବହେଳା ପ୍ରଦର୍ଶନ କରୁଥିବା କର୍ମଚାରୀଙ୍କ ସ୍କ୍ରିନିଂ କରି ତାଙ୍କୁ ଛଟେଇ କରିଦିଆଯିବ।

ଛଟେଇ ପାଇଁ ଗଠିତ ସ୍କ୍ରିନିଂ କମିଟିରେ ଅପର ନିର୍ଦ୍ଦେଶକ (ପ୍ରଶାସନ)କୁ ଅଧ୍ୟକ୍ଷ କରାଯାଇଛି। ତାଙ୍କ ସହିତ ଯୁଗ୍ମ ନିର୍ଦ୍ଦେଶକ (କାର୍ମିକ), ଯୁଗ୍ମ ନିର୍ଦ୍ଦେଶକ (ମୁଖ୍ୟାଳୟ) ଓ ବରିଷ୍ଠ ଲେଖାଧିକାରୀଙ୍କୁ ସଦସ୍ୟ କରାଯାଇଛି। ସରକାରଙ୍କ ଏହି ନିର୍ଦ୍ଦେଶ ଉତ୍ତର ପ୍ରଦେଶ ସ୍ଵାସ୍ଥ୍ୟ ବିଭାଗର ବହୁ କର୍ମଚାରୀଙ୍କ ମଧ୍ୟରେ ଚିନ୍ତା ବଢାଇ ଦେଇଥିବା ବେଳେ କେତେକ ଏହାର ବିରୋଧ କରୁଛନ୍ତି। କିନ୍ତୁ ଅନେକ ନିଷ୍ପତ୍ତିକୁ ସ୍ୱାଗତ କରିଛନ୍ତି।

ମତାମତ ଦିଅନ୍ତୁ ।