ଶ୍ୱଶୁରଙ୍କ ନାଁରେ ବୋହୂର ଦୁଷ୍କର୍ମ ଅଭିଯୋଗ

ବରପାଲି : ଯୁବତୀଙ୍କୁ ଉଠାଇନେଇ ପୁଅ ବିବାହ କରିବ୍ବା ପରେ ଶ୍ୱଶୂରଙ୍କ ନାଁରେ ବୋହୂ ଆଣିଛି ଦୁଷ୍କର୍ମ ଅଭିଯୋଗ। ଏପରି ଲଜ୍ଜାଜନକ ଘଟଣା ବରଗଡ଼ ଜିଲ୍ଲା ବରପାଲି ଥାନା ବାରଗୁଡ଼ା ଗାଁ’ରେ ଘଟିଥିବା ଜଣାପଡିଛି।

ଖବର ଅନୁସାରେ ପୀଡ଼ିତାଙ୍କ ଅଭିଯୋଗ କରିଛନ୍ତି ବାବୁପାଲି ଗାଁର ଜଣେ ଯୁବକଙ୍କ ସହିତ ତାଙ୍କର ବିବାହ ସ୍ଥିର ହୋଇଥିଲା। ହେଲେ ସମ୍ପୃକ୍ତ ଯୁବକ ବିବାହ ଦିନକୁ ଅପେକ୍ଷା ନକରି ଗତ ଡିସେମ୍ବର ୨୭ରେ ତାଙ୍କୁ ଘରୁ ଉଠାଇ ଆଣିଥିଲେ। କିଛିଦିନ ପରେ ତାଙ୍କ ଶାଶୂ-ଶ୍ୱଶୁର ବିବାହରେ କିଛି ଯୌତୁକ ଆଣିନଥିବା ଆକ୍ଷେପ କରି ଗାଲିଗୁଲଜ କରିଥିଲେ। ଏହାଛଡା ପୁଅ ଦ୍ୱାରା ଛୁଆ ହେବନି କହି ପୀଡ଼ିତାଙ୍କ ଅନିଚ୍ଛା ସତ୍ତ୍ଵେ ୪ଥର ଶାରୀରିକ ସମ୍ପର୍କ ସ୍ଥାପନ କରିଥିଲେ।

ଗତକାଲି ମଧ୍ୟାହ୍ନରେ ଶ୍ୱଶୁର ତାଙ୍କୁ ଘରୁ ନେଇ ଜଡାମୁଣ୍ଡାଠାରେ ରଖିଥିଲେ। ମହିଳାଙ୍କ ଜଣେ ସମ୍ପର୍କିୟ ସେଠାରୁ ତାଙ୍କୁ ଉଦ୍ଧାର କରି ତାଙ୍କ ଘରକୁ ନେଇଥିଲେ। ପରେ ପୀଡ଼ିତା ଏନେଇ ଥାନାରେ ଅଭିଯୋଗ କରିବାରୁ ବରପାଲି ପୋଲିସ ଅଭିଯୋଗ ଆଧାରରେ ଶ୍ୱଶୁରଙ୍କୁ କୋର୍ଟଚାଲାଣ କରିଥିବା ସୂଚନା ମିଳିଛି। ତେବେ ଏ ବିଷୟରେ ପୀଡ଼ିତା ସ୍ୱାମୀ ଓ ଶାଶୂଙ୍କୁ ଜଣାଇବାରୁ ସେମାନେ ତାଙ୍କୁ ଆଉ ଘରେ ପଶିବାକୁ ଦେବେନାହିଁ ବୋଲି କହିଥିବା ସେ ଅଭିଯୋଗ କରିଛନ୍ତି।

Leave a Reply

Your email address will not be published. Required fields are marked *

Back to top button