ଟାଇମ୍ସ ନାଓ-ସି’ଭୋଟର ସର୍ଭେ : ପଶ୍ଚିମବଙ୍ଗରେ ମମତା, ଆସାମରେ ଏନଡିଏ, ତାମିଲନାଡୁରେ ୟୁପିଏ

ନୂଆଦିଲ୍ଲୀ : ପଶ୍ଚିମବଙ୍ଗରେ ତୃଣମୂଳ କଂଗ୍ରେସ କ୍ଷମତାକୁ ଫେରିବାର ସମ୍ଭବନା ରହିଛି। ତେବେ ଦଳର ଆସନ ସଂଖ୍ୟା ୧୬୦କୁ ଖସିଆସିବ ଓ ବିଜେପି ୧୧୨ଟି ଆସନ ଜିତିବାର ସମ୍ଭାବନା ରହିଛି ବୋଲି ଟାଇମ୍ସ ନାଓ-ସି ଭୋଟର ଜନମତ ସର୍ଭେ ପୂର୍ବାନୁମାନ କରିଛି।

ସେହିପରି ଆସାମରେ ବିଜେପି ନେତୃତ୍ଵାଧୀନ ଏନଡିଏ ପୁଣି କ୍ଷମତାକୁ ଫେରିବ। କିନ୍ତୁ ଏନଡିଏକୁ କଡ଼ା ଟକ୍କର ଦେବ ୟୁପିଏ। ତାମିଲନାଡୁରେ ଏଆଇଏଡିଏମକେ ନେତୃତ୍ଵାଧୀନ ଏନଡିଏ କ୍ଷମତା ହରାଇବ ବୋଲି ଟାଇମ୍ସ ନାଓ-ସି ଭୋଟର ଜନମତ ସର୍ଭେ ପୂର୍ବାନୁମାନ କରିଛି।

ଜନମତ ସର୍ଭେରେ କୁହାଯାଇଛି ଆସାମରେ ଏନଡିଏ ୬୫-୭୩ଟି ଆସନ ପାଇଁ ସରକାର ଗଢିବ। ୟୁପିଏ ୫୦ରୁ ୬୦ଟି ଆସନ ପାଇବାର ସମ୍ଭାବନା ରହିଛି। ତାମିଲନାଡ଼ୁରେ ଡିଏମକେ ନେତୃତ୍ଵାଧୀନ ୟୁପିଏ ୧୭୭ଟି ଆସନ ପାଇ ସରକାର ଗଢିବ। ଏହି ମେଣ୍ଟ ଗତ ଥର ତୁଳନାରେ ୭୯ଟି ଅଧିକ ଆସନ ପାଇବ। ଏନଡିଏକୁ ମିଳିବ ୪୯ଟି ଆସନ। ଯାହାକି ପୂର୍ବ ତୁଳନାରେ ୮୭ଟି କମ।

କେରଳରେ ବାମ ମେଣ୍ଟ ୭୭ଟି ଆସନରେ ବିଜୟ ଲାଭ କରି ସରକାର ଗଢିବାର ସମ୍ଭାବନା ଥିବା ବେଳେ ମୁଖ୍ୟ ପ୍ରତିଦ୍ଵନ୍ଦ୍ଵୀ କଂଗ୍ରେସ ନେତୃତ୍ଵାଧୀନ ୟୁନାଇଟେଡ୍ ଡେମୋକ୍ରାଟିକ ଫ୍ରଣ୍ଟ ୬୨ଟି ଆସନ ଜିତିବାର ସମ୍ଭାବନା ରହିଛି। ପୁଡୁଚେରୀର ମୋଟ ୩୦ଟି ଆସନରୁ ଏନଡିଏ ୨୧ଟି ଆସନରେ ବିଜୟ ଲାଭ କରି ସରକାର ଗଢିବାର ସମ୍ଭାବନା ରହିଥିବା କୁହାଯାଇଛି।

Leave a Reply

Your email address will not be published. Required fields are marked *

Back to top button