ଟାଇମ୍ସ ନାଓ-ସି ଭୋଟର ଜନମତ ସର୍ଭେ : ପଶ୍ଚିମବଙ୍ଗରେ ମମତା, ତାମିଲନାଡୁରେ ଡିଏମ୍‌କେ, କେରଳରେ ବାମ ମେଣ୍ଟ, ଆସାମରେ ବିଜେପି

0

ନୂଆଦିଲ୍ଲୀ : ଦେଶର ୪ଟି ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳରେ ନିର୍ବାଚନ ହେବ। ଚଳିତମାସ ୨୨ ତାରିଖରୁ ଏପ୍ରିଲ୍‌ ୨୯ ତାରିଖ ପର୍ଯ୍ୟନ୍ତ ହେବ ମତଦାନ। ହେଲେ ଭୋଟ୍‌ ଗ୍ରହଣ ତାରିଖ ଯଥେଷ୍ଟ ପୂର୍ବରୁ ଆଜି ଟାଇମ୍ସ ନାଓ-ସି ଭୋଟର ପକ୍ଷରୁ ଜନମତ ସର୍ଭେ ରିପୋର୍ଟ ପ୍ରକାଶ ପାଇଛି।

ସର୍ଭେରେ କୁହାଯାଇଛି ପଶ୍ଚିମବଙ୍ଗରେ ମମତା ବାନାର୍ଜୀଙ୍କ ନେତୃତ୍ଵାଧୀନ ତ୍ରୁଣମୂଳ କଂଗ୍ରେସକୁ ବିଜେପି କଡ଼ା ଟକ୍କର ଦେବ କିନ୍ତୁ କ୍ଷମତାକୁ ଆସିପାରିବ ନାହିଁ। ପଶ୍ଚିମବଙ୍ଗର ମୋଟ ୨୯୪ ଆସନରୁ ତ୍ରୁଣମୂଳ ୧୫୪ଟି ଆସନ ଜିତି କ୍ଷମତାରେ ରହିବ। ବିଜେପି ପୂର୍ବାପେକ୍ଷା ହେବ ଅଗ୍ରଗତି। ୧୦୭ଟି ଆସନରେ ଜିତିବ। କଂଗ୍ରେସ-ଆଇଏସ୍‌ଏଫ୍‌ ମେଣ୍ଟକୁ ମିଳିବ ୩୩ଟି ଆସନ।

ସେହିପରି ତାମିଲନାଡୁର ୨୩୪ଟି ଆସନ ମଧ୍ୟରୁ ଡିଏମ୍‌କେ କଂଗ୍ରେସ ମେଣ୍ଟ ୧୫୮ ଆସନରେ ଜିତି ସରକାର ଗଠନ କରିବ କହିଛି ଟାଇମ୍ସ ନାଓ-ସି ଭୋଟର ଜନମତ ସର୍ଭେ। ଚଳିତ ନିର୍ବାଚନରେ ଏଆଇଏଡିଏମ୍‌କେ-ବିଜେପି ମେଣ୍ଟକୁ ୬୫ଟି ଆସନ ମିଳିବ। କେରଳରେ ଏଲ୍‌ଡିଏଫ୍‌ ମେଣ୍ଟ ସରକାର ବଜାୟ ରହିବ। ୧୪୦ଟି ଆସନ ବିଶିଷ୍ଟ ଏହି ରାଜ୍ୟରେ ଏଲ୍‌ଡିଏଫ୍‌କୁ ୮୨ଟି ଓ ୟୁଡିଏଫ୍‌କୁ ୫୬ଟି ଆସନ ମିଳିବ। ବିଜେପି ଗୋଟାଏ ଆସନରେ ବିଜୟୀ ହେବ ବୋଲି କୁହାଯାଇଛି। ଏହାଛଡା ଆସାମରେ ବିଜେପି ସରକାର ବଜାୟ ରହିବ। ସେଠାରେ ୧୨୬ଟି ଆସନ ମଧ୍ୟରୁ ଏନ୍‌ଡିଏ ୬୭ଟି ଓ ୟୁପିଏ ୫୭ଟି ଆସନରେ ବିଜୟୀ ହେବ। ପୁଡୁଚେରିର ୩୦ ଆସନ ମଧ୍ୟରୁ ବିଜେପି ୧୮ଟି ଓ କଂଗ୍ରେସ ୨୧ଟି ଆସନରେ ବିଜୟ ହେବ ବୋଲି ଟାଇମ୍ଦ ନାଓ-ସି ଭୋଟର ପକ୍ଷରୁ ପୂର୍ବାନୁମାନ କରାଯାଇଛି।

Leave A Reply

Your email address will not be published.