ତାଳଚେର ଥର୍ମାଲ ପ୍ଲାଣ୍ଟର ନୂଆ ୟୁନିଟ ପ୍ରତିଷ୍ଠା ପାଇଁ ନିଷ୍ପତ୍ତି

ଭୁବନେଶ୍ଵର : ତାଳଚେରଠାରେ ଟିଟିପିଏସର ନୂଆ ୟୁନିଟ ପ୍ରତିଷ୍ଠା ନେଇ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଓ ଜାତୀୟ ତାପଜ ବିଦ୍ୟୁତ ନିଗମ ଲିମିଟେଡର ଅଧ୍ୟକ୍ଷ ଗୁରୁଦୀପ ସିଂହଙ୍କ ମଧ୍ୟରେ ଆଲୋଚନା ହୋଇଛି।

ଗଣମାଧ୍ୟମକୁ ସୂଚନା ଦେଇ ମୁଖ୍ୟ ସଚିବ ଶ୍ରୀ ମହାପାତ୍ର କହିଛନ୍ତି ତାଳଚେରରେ ଟିଟିପିଏସର ନୂଆ ୟୁନିଟ ପ୍ରତିଷ୍ଠା ବିଷୟରେ ନୀତିଗତ ନିଷ୍ପତ୍ତି ହୋଇଛି। ଖୁବ ଶୀଘ୍ର ଗ୍ରୀଡକୋ, ଏନଟିପିସି, ଶକ୍ତି ଓ ଅନ୍ୟାନ୍ୟ ସଂପୃକ୍ତ ବିଭାଗମାନଙ୍କ ମଧ୍ୟରେ ବୈଠକ ହେବ। ଏଥିରେ ନୂଆ ୟୁନିଟ ପ୍ରତିଷ୍ଠା ଓ ସ୍ଥାନୀୟ ବାସିନ୍ଦାମାନଙ୍କ ଅଭିଯୋଗର ଆଶୁ ସମାଧାନ ନିମନ୍ତେ ନିର୍ଦ୍ଦିଷ୍ଟ କାର୍ଯ୍ୟଯୋଜନା ପ୍ରସ୍ତୁତ ହେବ। ଏହି ମିଳିତ କାର୍ଯ୍ୟଯୋଜନା ତ୍ଵରାନ୍ୱିତ କାର୍ଯ୍ୟାନ୍ଵୟନ ପାଇଁ ରାଜ୍ୟ ସରକାର ସମସ୍ତ ପ୍ରକାର ସହଯୋଗ ଯୋଗାଇଦେବେ ବୋଲି ସେ କହିଥିଲେ।

Leave a Reply

Your email address will not be published. Required fields are marked *

Back to top button