ଟଙ୍କା ଓ ଚିଙ୍ଗୁଡି ଲାଞ୍ଚ ମାଗି ଏଏସ୍‌ଆଇ ନିଲମ୍ବିତ

0

ଭଦ୍ରକ : ଚିଙ୍ଗୁଡି ମାଛ ଓ ୫ ହଜାର ଦେଲେ ଅଭିଯୁକ୍ତ ତାଲିକାରୁ ନାଁ କାଟିଦେବି। ଏଭଳି ଲାଞ୍ଚ ମାଗିଥିବା ଚାନ୍ଦବାଲି ଥାନା ଏଏସ୍‌ଆଇ ହରେକୃଷ୍ଣ ପାଢୀ ନିଲମ୍ବିତ ହୋଇଛନ୍ତି। ଅଭିଯୋଗର ସତ୍ୟତା ଜାଣିବା ପରେ ଭଦ୍ରକ ଏସ୍‌ପି ଚରଣ ସିଂ ମୀନା ସଂପୃକ୍ତ ଏଏସ୍‌ଆଇଙ୍କୁ ନିଲମ୍ବନ କରିବା ସହିତ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ପୂର୍ବାଞ୍ଚଳ ଜୋନ୍ ଆଇଜିଙ୍କୁ ସୁପାରିଶ କରିଥିବା ଜଣାପଡିଛି।

ଖବର ଅନୁଯାୟୀ ଏଏସ୍‌ଆଇ ଶ୍ରୀ ପାଢୀ ଜଣେ ବ୍ୟକ୍ତିଙ୍କ ନାଁରେ ରୁଜୁ ହୋଇଥିବା ମାମଲାକୁ ରଫାଦଫା କରିବା ପାଇଁ ୫ ହଜାର ଟଙ୍କା ଓ ପାଞ୍ଚ କିଲୋ ଚିଙ୍ଗୁଡି ମାଗିଥିଲେ। ଏସବୁ ଦେବାପରେ ଅଭିଯୁକ୍ତ ତାଲିକାରୁ ନାଁ କାଟିଦେବେ ବୋଲି ଜଣେ ବ୍ୟକ୍ତିଙ୍କୁ ପ୍ରତଶ୍ରୁତି ଦେଇଥିଲେ। ଏଏସ୍‌ଆଇ ଓ ସଂପୃକ୍ତ ବ୍ୟକ୍ତିଙ୍କ ମଧ୍ୟରେ ମୋବାଇଲ ବାର୍ତ୍ତାଳାପ ସୋସିଆଲ୍‌ ମିଡିଆରେ ଭାଇରାଲ ହେବାପରେ ଏହାକୁ ନେଇ ଚାନ୍ଦବାଲିରେ ଜୋରଦାର ଚର୍ଚ୍ଚା ହୋଇଥିଲା। ଭଦ୍ରକ ଆରକ୍ଷୀ ଅଧୀକ୍ଷକ ଚରଣ ସିଂ ମୀନା ଏହି ଘଟଣାକୁ ଗୁରୁତ୍ଵର ସହ ନେଇ ସତ୍ୟାସତ୍ୟ ଅନୁସନ୍ଧାନ କରିବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି।

Leave A Reply

Your email address will not be published.