Breaking Newsଦେଶ-ବିଦେଶ

ତରବର ହୋଇ କରୋନା ଟିକା ବଜାରକୁ ଛାଡ଼ିବୁନି

ହାଇଦ୍ରାବାଦ : ଭାରତ ବାୟୋଟେକ ତରବର ହୋଇ କରୋନା ଟିକା ବଜାରକୁ ଛାଡ଼ିବ ନାହିଁ। ଏହା କହିଛନ୍ତି କରୋନା ଟିକା ପରୀକ୍ଷଣ କରୁଥିବା କମ୍ପାନିର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଡ. କ୍ରିଷ୍ଣା ଇଲା। ସେ କହିଛନ୍ତି ଟିକାର ଗୁଣବତ୍ତା ଓ ନିରାପତ୍ତା ସବୁଠାରୁ ଅଧିକ ଗୁରୁତ୍ୱପୂର୍ଣ୍ଣ।

ଗଣମାଧ୍ୟମକୁ ସାକ୍ଷାତକାର ଦେବା ଅବସରରେ ସେ କହିଛନ୍ତି ଭାରତରେ ଦ୍ରୁତ ଗତିରେ କରୋନା ଆକ୍ରାନ୍ତ ସଂଖ୍ୟା ବଢିଚାଲିଛି। ତେଣୁ ଯଥାଶୀଘ୍ର ଟିକା ପ୍ରସ୍ତୁତ କରିବାକୁ କମ୍ପାନି ଉପରେ ରହିଛି ଚାପ। କିନ୍ତୁ ଏକ ଭୁଲ ଟିକା ବଜାରକୁ ଛାଡ଼ି କରୋନା ଅପେକ୍ଷା ଅଧିକ ଲୋକ ମାରିବାକୁ ସେ ଚାହାନ୍ତି ନାହିଁ ବୋଲି କହିଛନ୍ତି।

ସୂଚନାଯୋଗ୍ୟ ଭାରତ ବାୟୋଟେକ ଆଇସିଏମଆର ସହଯୋଗରେ ଏହି ଟିକା ପ୍ରସ୍ତୁତ କରୁଛି। ଟିକାର ୨ୟ ପର୍ଯ୍ୟାୟ ପରୀକ୍ଷଣ ଚାଲିଛି। ପରୀକ୍ଷଣ ପାଇଁ ଆଇସିଏମଆର ପକ୍ଷରୁ ୧୨ଟି ପ୍ରତିଷ୍ଠାନକୁ ବଛାଯାଇଥିବା ବେଳେ ଓଡିଶାର ସମ ହସପିଟାଲ ଏହି ତାଲିକାରେରହିଛି। ଗତ୨୫ ତାରିଖରେ ଦିଲ୍ଲୀର ଏମ୍ସଠାରେ ଏହି ଟିକାର ପ୍ରଥମ ମାନବ ପରୀକ୍ଷଣ ଆରମ୍ଭ ହୋଇଥିଲା। ଓଡ଼ିଶାରେ ଜୁଲାଇ ୨୭ରେ ସମ ହସପିଟାଲରେ ଏହାର ପରୀକ୍ଷଣ ଆରମ୍ଭ ହୋଇଥିଲା। ସାରା ଦେଶରେ ପ୍ରାୟ ୩୫୦୦ ଲୋକଙ୍କ ଶରୀରରେ ଏହାର ପରୀକ୍ଷା କରାଯାଉଛି। ଭାରତରେ ଆଉ ଏକ ଫାର୍ମା କମ୍ପାନି ଜାଇଡସ କାଡିଲା ମଧ୍ୟ ଏକ କରୋନା ଟିକାର ପରୀକ୍ଷଣ କରୁଛି। ଜାଇକୋଭ-ଡି ଏହି ଟିକାର ନାଁ ରହିଛି।

ମତାମତ ଦିଅନ୍ତୁ ।

Back to top button