ତାରିଣୀ ମନ୍ଦିରକୁ ୩ ଦିନ ପ୍ରବେଶ ମନା

0

ଆନନ୍ଦପୁର : କେନ୍ଦୁଝର ଘଟଗାଁସ୍ଥିତ ତାରିଣୀ ମନ୍ଦିରକୁ ସବୁଦିନ ଯାଇ ମା’ଙ୍କ ଦର୍ଶନ କରିପାରିବେ ନାହିଁ। କରୋନା ସଂକ୍ରମଣ ବୃଦ୍ଧି ପାଇଁ କଟକଣା ଲଗାଯାଇଛି। ଏଣିକି ସପ୍ତାହର ୩ ଦିନ ଭକ୍ତମାନଙ୍କୁ ମନ୍ଦିର ପ୍ରବେଶ ଅନୁମତି ମିଳିବ ନାହିଁ।

ଜିଲ୍ଲା ପ୍ରଶାସନର ନିଷ୍ପତ୍ତି ଅନୁଯାୟୀ ପ୍ରତି ଶନି, ରବି ଓ ମଙ୍ଗଳବାର ତାରିଣୀ ମନ୍ଦିରରେ ଭକ୍ତଙ୍କ ଦର୍ଶନ ବନ୍ଦ ରହିବ। ଓଡିଶା ବାହାର ଭକ୍ତ ଦର୍ଶନ ଉଦ୍ଦେଶ୍ୟରେ ସେମାନଙ୍କୁ ସାଙ୍ଗରେ ଗତ ୭୨ ଘଣ୍ଟା ଅବଧିର ଆରଟିପିସିଆର କୋଭିଡ ନେଗେଟିଭ ରିପୋର୍ଟ ଦେଖାଇବାକୁ ପଡିବ। ଏହାଛଡା ପରିଚୟପତ୍ର (ଆଧାର ବା ଭୋଟର ଆଇଡ଼ି) ମଧ୍ୟ ଆଣିବା ଜରୁରୀ। ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ଏହି କଟକଣା ବଳବତ୍ତର ରହିବ ବୋଲି କୁହାଯାଇଛି।

Leave A Reply

Your email address will not be published.