ତେଲେଙ୍ଗାନା : କବାଡି ଚାମ୍ପିୟନଶିପ୍‌ର ଷ୍ଟାଣ୍ଡ ଭୁଶୁଡ଼ିଲା, ୬୦ ଆହତ

0

ହାଇଦ୍ରାବାଦ : ତେଲେଙ୍ଗାନାର ସୂର୍ଯ୍ୟପେଟ୍‌ ଠାରେ ଆୟୋଜିତ ୪୭ତମ ଜୁନିୟର ଜାତୀୟ କବାଡି ଚାମ୍ପିୟନଶିପ୍‌ର ଦୁର୍ଘଟଣା ଘଟିଛି। ବଡ଼ ଷ୍ଟାଣ୍ଡ ଭୁଶୁଡ଼ି ପଡ଼ିବା ଫଳରେ ପ୍ରାୟ ୧୦୦ରୁ ଅଧିକ ଲୋକ ଚାପି ହୋଇଯାଇଥିବା ବେଳେ ୬୦ ଜଣ ଆହତ ହୋଇଛନ୍ତି।

ପୋଲିସର ସୂଚନା ଅନୁଯାୟୀ ସୂର୍ଯ୍ୟପେଟର ଏସପି ଅଫିସ ପଡ଼ିଆରେ ୪୭ମ ଜୁନିୟର ଜାତୀୟ କବାଡି ଟୁର୍ଣ୍ଣାମେଣ୍ଟର ଉଦଘାଟନୀ ଉତ୍ସବ ଦେଖିବାକୁ ବହୁ ସଂଖ୍ୟକ ଲୋକ ଉପସ୍ଥିତ ରହିଥିଲେ। ଏହି ସମୟରେ ହଠାତ୍ ପଡ଼ିଆରେ ଲାଗିଥିବା ଗୋଟିଏ ବିରାଟ ଷ୍ଟାଣ୍ଡ ସେମାନଙ୍କ ଉପରେ ଖସି ପଡ଼ିଥିଲା। ଫଳରେ ଷ୍ଟାଣ୍ଡତଳେ ବସିଥିବା ଲୋକମାନେ ଚାପି ହୋଇଯିବାରୁ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳି ଯାଇଥିଲା। ଉଦ୍ଧାରକାରୀ ଦଳ ଓ ପୋଲିସ ପ୍ରଶାସନ ତୁରନ୍ତ ଲୋକଙ୍କୁ ବାହାର କରି ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରିଥଲେ।

Leave A Reply

Your email address will not be published.