ପିପିଲିରେ ୪୧.୨୬ କୋଟି ଟଙ୍କାର ପ୍ରକଳ୍ପ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ଵର : ପିପିଲିରେ ଆଜି ଭର୍ଚୁଆଲ ମାଧ୍ୟମରେ ଏକ ସମାବେଶକୁ ସମ୍ବୋଧନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପିପିଲିରେ ଉପନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ଏହା ପ୍ରଥମ ମେଗା କାର୍ଯ୍ୟକ୍ରମ। ପ୍ରଗତି ପଥେ ପିପିଲି କାର୍ଯ୍ୟକ୍ରମରେ ପିପିଲି ବ୍ଲକ୍ ଓ ପିପିଲି ପୌରାଞ୍ଚଳ ପାଇଁ ୪୧ କୋଟି ୨୬ ଲକ୍ଷ ଟଙ୍କାର ବିଭିନ୍ନ ଭିତ୍ତିଭୂମି ଉନ୍ନୟନ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ। ଏହି ଅବସରରେ ସ୍ୱର୍ଗତ ବିଧାୟକ ପ୍ରଦୀପ ମହାରଥୀଙ୍କ ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ସମବେଦନା ଜ୍ଞାପନ କରିଥିଲେ। ସେପଟେ ଉପର୍ନିବାଚନ ପୂର୍ବରୁ ଏଭଳି କାର୍ଯ୍ୟକ୍ରମ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ହେଉଥିବା ବେଳେ କାର୍ଯ୍ୟକ୍ରମରେ ପୂର୍ବତନ ବିଧାୟକ ପ୍ରଦୀପ ମହାରଥୀଙ୍କ ପତ୍ନୀ ପ୍ରତିଭା ମହାରଥୀ କିମ୍ବା ପୁଅ ରୁଦ୍ର ମହାରଥୀ ଉପସ୍ଥିତ ନଥିଲେ। କାର୍ଯ୍ୟକ୍ରମରେ ବିଭିନ୍ନ ହିତାଧିକାରୀଙ୍କୁ ଭତ୍ତା ତଥା ଭିନ୍ନକ୍ଷମଙ୍କୁ ଟ୍ରାଇ ସାଇକେଲ ପ୍ରଦାନ କରାଯାଇଥିଲା

କାର୍ଯ୍ୟକ୍ରମରେ ପୁରୀ ଜିଲ୍ଲାପାଳଙ୍କ ସମେତ ମନ୍ତ୍ରୀ ସମୀର ରଞ୍ଜନ ଦାସ, ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ପିପିଲି ପାଇଁ ବିଜେଡିର ପର୍ଯ୍ୟବେକ୍ଷକ ପ୍ରତାପ ଦେବ, ପୂର୍ବତନ ବିଧାୟକ ମହେଶ୍ଵର ମହାନ୍ତି, କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତୀ ବେହେରା, ବିଧାୟକ ଉମା ସାମନ୍ତରାୟ, ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ କୁମାର ଦାସବର୍ମା, ସାଂସଦ ପିନାକୀ ମିଶ୍ର ଓ ଓ ପିପିଲି ବ୍ଲକ୍ ଅଧ୍ୟକ୍ଷା ପ୍ରମୁଖ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *

Back to top button