ସ୍କୁଲ ମିଶ୍ରଣ ନିଷ୍ପତ୍ତିକୁ ସ୍ଥାନୀୟ ଲୋକଙ୍କ ନା

ଭୁବନେଶ୍ଵର : ସ୍କୁଲରେ ଛାତ୍ରଛାତ୍ରୀଙ୍କ ସଂଖ୍ୟା କମ୍ ଥିବାରୁ ବିଦ୍ୟାଳୟଗୁଡିକୁ ମିଶ୍ରଣ କରିବାକୁ ଜିଲ୍ଲା ଶିକ୍ଷା ବିଭାଗ ନିଷ୍ପତ୍ତି ନେଇଛି। ବାଲେଶ୍ଵର ଜିଲ୍ଲା ବାଲିଆପାଳ ଶିକ୍ଷା ଅଧିକାରୀଙ୍କ ଅଧୀନରେ ଥିବା ୨୧ଟି ବିଦ୍ୟାଳୟରେ ପିଲାଙ୍କ ସଂଖ୍ୟା କମ୍ ରହିଛି। ତେଣୁ ଯେଉଁ ସ୍କୁଲରେ ପିଲାଙ୍କ ସଂଖ୍ୟା କମ୍ ଅଛି, ସେହି ସ୍କୁଲ ଗୁଡିକୁ ବନ୍ଦ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ଗତ ୪ ତାରିଖରେ ବନ୍ଦ ହେବାକୁ ଯାଉଥିବା ସ୍କୁଲଗୁଡିକୁ ପ୍ରଶାସନ ଚିଠି କରିବା ପରେ ଆରମ୍ଭ ହୋଇଛି ତୁମ୍ଵି ତୋଫାନ।
ବାଲିଆପାଳ ବ୍ଲକ୍ ଘଣ୍ଟୁଆ ପଞ୍ଚାୟତର ଗେଙ୍ଗୁଟିଆ ଏବଂ ବାଲିଆପାଳ ପଞ୍ଚାୟତରେ ଥିବା ମାତ୍ର ଗୋଟିଏ ଊର୍ଦ୍ଧୁ ସ୍କୁଲ ବନ୍ଦ ନେଇ ବିଇଓଙ୍କ ଅଫିସ୍ ସାମ୍ନାରେ ଧାରଣା ଓ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ସ୍ଥାନୀୟ ଲୋକେ । ବିଦ୍ୟାଳୟ ବନ୍ଦ କରି ଦେଲେ ସେଠାକାର ପିଲାମାନେ ବହୁ ଅସୁବିଧାରେ ସମ୍ମୁଖୀନ ହେବେ।
ଏମିତି କି ପାଠପଢା ଛାଡ଼ିବାକୁ ଏକ ପ୍ରକାର ବାଧ୍ୟ ହେବେ। କାରଣ ଉକ୍ତ ସ୍କୁଲଟି ବ୍ଲକର ଏକମାତ୍ର ସ୍କୁଲ ହୋଇଥିବା ବେଳେ ସ୍କୁଲ ଦୁଇଟିର ସ୍ଥିତାବସ୍ଥା ଉନ୍ନତ ମାନର ରହିଛି। ୧୯୫୪ ମସିହାରେ ଗେଙ୍ଗୁଟିଆ ପ୍ରାଥମିକ ବିଦ୍ୟାଳୟ ନିର୍ମିତ ହୋଇ ଥିବା ବେଳେ ଊର୍ଦ୍ଧୁ ସ୍କୁଲଟି ୧୯୮୮ରେ ନିର୍ମିତ ହୋଇଥିଲା। ତେଣୁ ପ୍ରଶାସନ ପକ୍ଷରୁ ତୁରନ୍ତ ଭିତିଭୂମିର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିବେଦନ କରିଛନ୍ତି ଗ୍ରାମବାସୀ। ଗାଁରୁ ଏହି ବିଦ୍ୟାଳୟକୁ ମିଶ୍ରଣ ନ କରିବାକୁ ଗାଁ ଲୋକେ ସରକାରଙ୍କୁ ନିବେଦନ କରିଛନ୍ତି ।