ହୋଟେଲରେ ମଡେଲ୍‌ଙ୍କୁ ଦୁଷ୍କର୍ମ କରି ଅଭିଯୁକ୍ତ ଫେରାର

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀରେ ଜଣେ ମଡେଲ ଦୁଷ୍କର୍ମର ଶିକାର ହୋଇଥିବା ଅଭିଯୋଗ ହୋଇଛି । ଏ ନେଇ ମଡେଲଜଣକ ଚାଣକ୍ୟପୁର ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୋଗ ରୁଜୁ ପରେ ମାମଲାର ତଦନ୍ତ ଆରମ୍ଭ କରିଦେଇଛି ପୋଲିସ ।

ମଡେଲଙ୍କ କହିବା ଅନୁଯାୟୀ, ମୁମ୍ବାଇରୁ ତାଙ୍କର ଜଣେ ବନ୍ଧୁ ଦିଲ୍ଲୀ ଆସିଥିଲେ । ତେବେ ଦିଲ୍ଲୀରେ ପହଞ୍ଚିବା ପରେ ଯୁବତୀଙ୍କୁ ଦେଖା କରିବା ପାଇଁ ଖାନ୍‌ ମାର୍କେଟ୍‌କୁ ଡକାଇଥିଲେ । ସେଠାରୁ ଉଭୟ ଏକ ପଞ୍ଚତାରକା ହୋଟେଲକୁ ଯାଇଥିଲେ । ତେବେ ଉକ୍ତ ହୋଟେଲରେ ଯୁବକ ଜଣକ ଦୁଷ୍କର୍ମ କରିଥିବା କହିଛନ୍ତି ପୀଡିତା । କେବଳ ସେତିକି ନୁହେଁ ବାହାରେ ଏକଥା ପ୍ରକାଶ କଲେ ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ ବୋଲି ମଡେଲ ଜଣକ ଅଭିଯୋଗରେ ଦର୍ଶାଇଛନ୍ତି ।

ସୂଚନା ଅନୁସାରେ, ଯୁବକଜଣକ ନିଜ ପିତା ଏବଂ ସମ୍ପର୍କୀୟଙ୍କ ସହିତ କୌଣସି କାମରେ ମୁମ୍ବାଇରୁ ଦିଲ୍ଲୀ ଆସିଥିଲେ । ସମସ୍ତେ ଦିଲ୍ଲୀର ଏକ ହୋଟେଲରେ ରହିଥିଲେ । ତେବେ ଅଭିଯୁକ୍ତଜଣକ ପରଦିନ ଅନ୍ୟ ଏକ ହୋଟେଲରେ ରୁମ୍‌ ବୁକ୍‌ କରିଥିଲା ଏବଂ ଚକ୍ରାନ୍ତ କରି ମଡେଲଙ୍କୁ ଉକ୍ତ ପଞ୍ଚତାରକା ହୋଟେଲକୁ ନେଇ ସେଠାରେ ତାଙ୍କ ସହିତ ଦୁଷ୍କର୍ମ କରିଥିଲା ।

Leave a Reply

Your email address will not be published. Required fields are marked *

Back to top button