ପ୍ରେମ ସପ୍ତାହରେ ପ୍ରତାରଣାର କାହାଣୀ

ପ୍ରେମିକକୁ ପାଇବା ଜିଦ୍‌ରେ ଘର ଆଗରେ ଧାରଣା ଦେଲେ ଯୁବତୀ

ଭୁବନେଶ୍ଵର : ପ୍ରେମ ସପ୍ତାହ ଚାଲିଥିବାରୁ ପ୍ରେମୀ ଯୁଗଳମାନେ ଏହି ସପ୍ତାହକୁ ଆନନ୍ଦରେ ମନାଉଛନ୍ତି । ଗୋଲପା ଦେଇ, ଚକଲୋଟେ ଉଭୟେ ଉଭୟଙ୍କ ମନର କଥା କହୁଛନ୍ତି । ପ୍ରେମ ନିବେଦନ ମଧ୍ୟ କରୁଛନ୍ତି । ସବୁଦିନ ସାଥି ହୋଇ ଗୋଟିଏ ରାସ୍ତାରେ ହାତ ଧରାଧରି ହୋଇ ପଥିକ ହେବେ ବୋଲି କଥା ଦେଉଛନ୍ତି । କିନ୍ତୁ ବାଲେଶ୍ୱର ଜିଲ୍ଲା ବାଲିଆପାଳ ନୂଆଗାଁରେ ଏହାର ବିପରୀତ ଦୃଶ୍ୟ ଦେଖିବାକୁ ମିଳିଛି । ପ୍ରେମିକକୁ ପାଇବା ପାଇଁ ଜିଦ୍ ଧରି ବସିଛି ପ୍ରେମିକା । ପ୍ରେମିକର ଘର ଆଗରେ ଦେଇଛି ଧାରଣା ।

ସୂଚନାନୁସାରେ,  ବାଲେଶ୍ବର ଜିଲ୍ଲା ବାଲିଆପାଳ ଥାନା ଅନ୍ତର୍ଗତ ନୂଆଗାଁ ଗ୍ରାମର ମନ୍ମଥ ମହାନ୍ତି ପୁଅ ଚକ୍ରଧର ମହାନ୍ତି ଜଗତିପୁର ପଞ୍ଚୟତର ଅଣ ଦେଉଳା ଗ୍ରାମ ଜଣେ ଯୁବତୀଙ୍କ ସହ ବନ୍ଧୁତା ହୋଇଥିଲା । ଫେସବୁକରେ ଆରମ୍ଭ ହୋଇଥିବା ଏହି ବନ୍ଧୁତା ଧିରେ ଧିରେ ପ୍ରେମର ରୂପ ନେଇଥିଲା । ଏହାପରେ ଏହା ଗଭୀର ହେବାରେ ଲାଗିଥିଲା । ଧିରେଧିରେ ଅନ୍ତରଙ୍ଗତା ଏତେ ବୃଦ୍ଧି ପାଇଥିଲା ଯେ ଉଭୟ ଶାରୀରିକ ସମ୍ପର୍କ ମଧ୍ୟ ରଖିଥିଲେ । ପ୍ରେମିକାକୁ ବାହା ହେବ ବୋଲି କଥା ଦେଇଥିଲା ପ୍ରେମିକ । ଦୀର୍ଘ ୨ ବର୍ଷ ଧରି ରହିଥିବା ଏହି ସମ୍ପର୍କ ବିଗିଡିବାରେ ଲାଗିଲା ।  ଯୁବତୀଜଣଙ୍କ ବିବାହ ପାଇଁ ଜିଦ୍ କରିଥିଲେ । କିନ୍ତୁ ଏଥିରେ ନାରାଜ ହେଲା ପ୍ରେମିକ । ବାହା ହୋଇପାରିବ ନାହିଁ ରୋକଠୋକ୍ ଶୁଣାଇଲା । କଥାବାର୍ତ୍ତା ବି ବନ୍ଦ କରି ଦେଲା । କିନ୍ତୁ ପ୍ରେମିକକୁ ପାଇଦା ଜିଦ୍ ଛାଡିନଥିଲା ପ୍ରେମିକା । ଶେଷରେ ବାଧ୍ୟ ହୋଇ ପ୍ରେମିକର ଘର ଆଗରେ ଧାରଣାରେ ବସିଲା ।

ପ୍ରେମ ଓ ପ୍ରେମିକକୁ ପାଇବା ପାଇଁ  ରାତିସାରା ନଖାଇ ନପିଇ ଯୁବକଙ୍କ ଘର ସାମ୍ନାରେ ଧାରଣାରେ ବସିଛନ୍ତି ଯୁବତୀ । ତେବେ ପ୍ରେମିକଜଣଙ୍କ ଘରୁ ଫେରାର ହୋଇଯାଇଛି ।  ଶେଷରେ ନ୍ୟାୟ ନପାଇ ବାଲିଆପାଳ ଥାନାରେ ଫୋନ ଯୋଗେ ଅଭିଯୋଗ କରିଛନ୍ତି ଯୁବତୀ । ତେବେ ପ୍ରେମିକକୁ ନପାଇବା ଯାଏଁ ସେ ଧାରଣାରୁ ହଟିବେ ନାହିଁ ବୋଲି କହିଛନ୍ତି ।

Leave a Reply

Your email address will not be published. Required fields are marked *

Back to top button