କଂଗ୍ରେସ ଭବନରେ ୨ ଗୋଷ୍ଠୀ ମୁହାଁମୁହିଁ

ଭୁବନେଶ୍ଵର : ପୁଣି ପଦାରେ ପଡିଲା କଂଗ୍ରେସ କଳି । ପାର୍ଟି ଅଫିସରେ ୨ ଗୋଷ୍ଠୀ ମଧ୍ୟରେ ମୁହାଁମୁହିଁ ହୋଇଛନ୍ତି । କଂଗ୍ରେସ ଭବନ ପରିସରରେ ହେବାକୁ ଥିବା ଓବିସି ସେଲ୍‌ ବୈଠକ ପୂର୍ବରୁ ଏଭଳି ଅପ୍ରିତିକର ପରିସ୍ଥିତି ସୃଷ୍ଟି ହୋଇଛି ।

ଖବର ଅନୁଯାୟୀ, ଆଜି କଂଗ୍ରେସ ଭବନରେ ଓବିସି ସେଲ୍‌ ବୈଠକ ବସିବାର ଥିଲା । କିନ୍ତୁ କୌଣସି କାରଣ ଲାଗି ୨ ଗୋଷ୍ଠୀ ମଧ୍ୟରେ ହାତାହାତି ହୋଇଥିଲେ । ଯାହାଫଳରେ କି କଂଗ୍ରେସ ଭବନରେ ବିବାଦୀୟ ପରିସ୍ଥିତି ଉପୁଜିଥିଲା । ଏପରିକି ୨ ଗୋଷ୍ଠୀ ମଧ୍ୟରେ ଠେଲାପେଲା ହୋଇଥିଲା । ଓବିସି ସେଲ୍‌ ବୈଠକରେ ପୂର୍ବତନ ଅଧ୍ୟକ୍ଷଙ୍କୁ ବିରୋଧ କରି ଏହି ଗଣ୍ଡଗୋଳ ହୋଇଥିବା ସୂଚନା ରହିଛି ।

Leave a Reply

Your email address will not be published. Required fields are marked *

Back to top button