ଫେସ୍ବୁକ୍ରେ ଭାଇରାଲ ହେଲା ମହିଳାଙ୍କ ଦୁଷ୍କର୍ମ ଭିଡିଓ

ନୂଆଦିଲ୍ଲୀ : ଉତ୍ତରପ୍ରଦେଶର ରେବତୀଠାରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା। ସୋସିଆଲ୍ ମିଡିଆରେ ଜଣେ ୨୨ ବର୍ଷୀୟା ମହିଳାଙ୍କ ଦୁଷ୍କର୍ମ ଭିଡିଓ ଭାଇରାଲ୍ ହେବା ପରେ ତାଙ୍କ ସ୍ବାମୀ ତାଙ୍କୁ ପରିତ୍ୟାଗ କରିଛନ୍ତି। ମହିଳା ଜଣକ ୨୦୨୦ ମସିହା ଡିସେମ୍ବର ମାସରେ ବିବାହ କରିଥିଲେ।
ଅଭିଯୋଗ ହୋଇଛି ଯେ ଅଭିଯୁକ୍ତ ମହିଳାଙ୍କ ସହ ଦୁଷ୍କର୍ମ କରି ସେହି ସମୟର ଦୃଶ୍ୟକୁ ତାଙ୍କ ମୋବାଇଲ୍ରେ ଉତ୍ତୋଳନ କରିଥିଲେ। ପରବର୍ତ୍ତୀ ମୁହୂର୍ତ୍ତରେ ଅଭିଯୁକ୍ତ ମହିଳାଙ୍କର ଉକ୍ତ ଦୁଷ୍କର୍ମ ସମୟର ଭିଡିଓକୁ ସୋସିଆଲ୍ ମିଡିଆରେ ଅପ୍ଲୋଡ୍ କରିଛନ୍ତି। ଅଭିଯୁକ୍ତ ଜଣକ ନରେନ୍ଦ୍ର ବୋଲି ଜାଣିବାକୁ ମିଳିଛି। ନରେନ୍ଦ୍ର ମହିଳାଙ୍କୁ ୨୦୨୦ ମସିହା ଜାନୁଆରେ ଦୁଷ୍କର୍ମ କରିଥିଲେ। ଡିସେମ୍ବରରେ ମହିଳା ବିବାହ କରିବା ପରେ ଅଭିଯୁକ୍ତ ସେହି ଭିଡିଓକୁ ସୋସିଆଲ୍ ମିଡିଆରେ ଅପ୍ଲୋଡ୍ କରିଥିବା ସୂଚନା ରହିଛି । ପୁଲିସ୍ ଏହି ଘଟଣାର ତଦନ୍ତ କରି ମଙ୍ଗଳବାର ଅଭିଯୁକ୍ତ ନରେନ୍ଦ୍ରଙ୍କୁ ଉତ୍ତରପ୍ରଦେଶର ରେବତୀ ଅଞ୍ଚଳରୁ ଗିରଫ କରିଛି। ମହିଳାଙ୍କର ଏହି ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବା ପରେ ତାଙ୍କ ସ୍ବାମୀ ତାଙ୍କୁ ପରିତ୍ୟାଗ କରିଥିବା ଜାଣିବାକୁ ମିଳିଛି।