ଟିଡବ୍ଲୁଏସ ନିର୍ମାତା ପିଟ୍ରନ ପ୍ରଚଳନ କରୁଛି ଭାରତ ନିର୍ମିତ ସ୍ମାର୍ଟ ଏସେନ୍‌ସିଆଲ୍ସ କଲେକ୍ସନ୍‍

ଭୁବନେଶ୍ୱର : ଦ୍ରୁତ ଅଭିବୃଦ୍ଧିଶୀଳ ଡିଜିଟାଲ ଲାଇଫ୍‌ଷ୍ଟାଇଲ ଓ ଅଡିଓ ଆସେସୋରିଜ ଭାରତୀୟ ବ୍ରାଣ୍ଡ୍‍ ପିଟ୍ରନ ତାହାର ମେଡ ଇନ୍ ଇଣ୍ଡିଆ ସ୍ମାର୍ଟ ଏସେନସିଆଲ୍ସ କଲେକ୍ସନ୍ ପ୍ରଚଳନ ସମ୍ପର୍କରେ ଘୋଷଣା କରିଛି। ଯେଉଁଥିରେ ଆଧୁନିକ ସମୟର ବ୍ୟସ୍ତବହୁଳ ଯୁବଗୋଷ୍ଠୀ ପାଇଁ ବିବିଧ ଟ୍ରେଣ୍ଡି, ପ୍ରାକ୍ଟିକାଲ, ଷ୍ଟାଇଲିଶ ଓ ଅତ୍ୟାବଶ୍ୟକ ବୈଷୟିକ ଆସେସୋରିଜ ରହିଛି।

ଭାରତରେ ନିଜର ବ୍ୟବସାୟ ପରିସର ପରିବ୍ୟାପ୍ତ କରିବାକୁ ଆଗ୍ରହୀ ଥିବା ପିଟ୍ରନ ଅଡିଓ ଶ୍ରେଣୀରେ ଏଭଳି ବିରାଟ ପ୍ରୟାସ ହାତକୁ ନେଇଛି ଯାହା ଅନ୍ୟ କେହି ନେଇନାହାନ୍ତି। ଏହା ଦେଶର ପ୍ରଥମ ମେଡ ଇନ୍ ଇଣ୍ଡିଆ (ଭାରତ ନିର୍ମିତ) ଟିଡବ୍ଲୁଏସ୍ (ଟ୍ରୁ ଓୟାରଲେସ ଷ୍ଟେରିଓ) ଇୟରବଡ ପିଟ୍ରନବାସ୍‍ବଡ୍‍ସ ପ୍ଲସ ପ୍ରଚଳନ କରୁଛି। ଏହି ବ୍ରାଣ୍ଡ ସଂପ୍ରତି ଟ୍ରେଣ୍ଡି, ସୁନ୍ଦର, ମାନରେ ସମୃଦ୍ଧ ଓ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ସ୍ୱଦେଶୀ ମୋବାଇଲ ଆସେସୋରିଜର ଏକ ୱାନ-ଷ୍ଟପ-ସପ୍‍ ହୋଇଛି। ଏକ ସଫଳ ପ୍ରୟାସ ଭାବରେ ପିଟ୍ରନ ସଂପ୍ରତି ଭାରତରେ ନିର୍ମିତ ଟେକ୍‍ ଆସେସୋରିଜ୍‍ର ପୂର୍ଣ୍ଣାଙ୍ଗ ବର୍ଗମାଳା ପ୍ରଚଳନ କରିଛି। ଏହାର ସ୍ମାର୍ଟ ଏସେନସିଆଲ୍ସ କଲେକ୍ସନ୍ ମଧ୍ୟରେ ରହିଛି ହାଇ-ଫିଡେଲିଟି ଟିଡବ୍ଲୁଏସ୍ ଇୟର ବଡ୍‍, ଏକ ଉଚ୍ଚ ଶକ୍ତିସଂଯୁକ୍ତ ପାୱାର ବ୍ୟାଙ୍କ, ଏକ ଆକର୍ଷଣୀୟ ସୁପର-ଫାଷ୍ଟ ଚାର୍ଜର ଓ ଏକ ସ୍ମାର୍ଟ ଚାର୍ଜିଂ କେବଲ ସମେତ କ୍ଷୁଦ୍ର ଅଥଚ ଅତ୍ୟନ୍ତ ସୁନ୍ଦର ଟେକ୍‍ ଆସେସୋରିଜ।

ପିଟ୍ରନ୍‍ର ସ୍ମାର୍ଟ ଏନେସିଆଲ୍ସ କଲେକ୍ସନ୍ ଉନ୍ମୋଚନ ଅବସରରେ ପ୍ରକାଶକରି ପିଟ୍ରନ୍‍ର ପ୍ରତିଷ୍ଠାତା ଓ ସିଇଓ ଅମିନ୍ ଖ୍ୱାଜା କହିଛନ୍ତି ଆତ୍ମନିର୍ଭର ଭାରତ ଅଭିଯାନର ଏକ ଅଂଶବିଶେଷ ଭାବରେ ଓ ଭାରତରେ ନିଯୁକ୍ତି ସୃଷ୍ଟି କରିବା ପିଟ୍ରନ୍‍ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରୟାସ ହୋଇଛି। ଅତ୍ୟନ୍ତ ମୂଳସ୍ତରରୁ ଏହି ବ୍ରାଣ୍ଡ୍‍ ନବସୃଜନର ପ୍ରତୀକ ହୋଇଛି। ନିଜ ଦେଶରେ ନବସୃଜନକୁ ପ୍ରୋତ୍ସାହନ ଦେବା ଏବଂ ଭାରତୀୟ ତଥା ବିଶ୍ୱସ୍ତରୀୟ ଗ୍ରାହକଙ୍କ ନିକଟରେ ପ୍ରମାଣିତ କରିବାକୁ ଚାହୁଁଛୁ ଯେ ପ୍ରଯୁକ୍ତି ସବୁବେଳେ ଆପଣଙ୍କ ପକେଟ ଉପରେ କୌଣସି ବୋଝ ପକାଇ ନଥାଏ। ଆମର ଟିଡବ୍ଲୁଏସ୍ ଉତ୍ପାଦ-ବାସ୍‍ବଡ୍‍ସ ପ୍ଲସକୁ ନେଇ ଆମେ ଅତି ଚମତ୍କାର ଗ୍ରହଣୀୟତା ଓ ରିପୋର୍ଟ ପାଇଛୁ। ଯାହା ଭାରତର ପ୍ରଥମ ସ୍ୱଦେଶରେ ନିର୍ମିତ ଟିଡବ୍ଲୁଏସ୍ ଉତ୍ପାଦ ଏବଂ ଏହାର ପ୍ରଚଳନ ଠାରୁ ସ୍ୱଳ୍ପ ସମୟ ମଧ୍ୟରେ ଏହା ୫୦,୦୦୦ ୟୁନିଟରୁ ଅଧିକ ବିକ୍ରି ହୋଇସାରିଛି। ଆସେସୋରିଜ ବିଭାଗରେ ଏହି ମେଡ୍‍ ଇନ ଇଣ୍ଡିଆ ଉତ୍ପାଦ ବର୍ଗ ଜରିଆରେ ଆମେ ନୂତନ ବଜାରରେ ପ୍ରବେଶ କରିବା ଲକ୍ଷ୍ୟ ରଖିଛୁ।

Leave a Reply

Your email address will not be published. Required fields are marked *

Back to top button